ଅଶାନ୍ତ ବାରିପଦା ସହର: ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ, ୫ ଗିରଫ

ଦୁଇ ଦିନ ତଳେ ବାରିପଦା ସହର ଛଉ ପଡିଆ ନିକଟରେ ଦୁଇ ଛାତ୍ରଙ୍କ ମଧ୍ୟରେ ସାମାନ୍ୟ ଗଣ୍ଡୋଗୋଳକୁ କେନ୍ଦ୍ରକରି ଗୋଷ୍ଠୀ ସଂଘର୍ଷ ହୋଇଥିଲା । ଖଣ୍ଡା ଆକ୍ରମଣରେ ରବୀନ କୁମାର ପାତ୍ର ଗୁୁରୁତର ଆହତ ହୋଇଥିଲେ । ଘଟଣାକୁ ନେଇ ବାରିପଦା ଟାଉନ ଥାନା ଓ ଭଞ୍ଜପୁର ଥାନାରେ ପୃଥକ ପୃଥକ ଭାବେ ଦୁଇଟି ମାମଲା ରୁଜୁ ହୋଇଥିଲା ।

ବାରିପଦା (କେନ୍ୟୁଜ): ଅଶାନ୍ତ ବାରିପଦା ସହର । ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ଘଟଣାରେ ଟାଉନ ଥାନା ପୋଲିସ ଦୁଇ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ବେଳେ ଭଞ୍ଜପୁର ଥାନା ପୋଲିସ ୩ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ଦୁଇ ଦିନ ତଳେ ବାରିପଦା ସହର ଛଉ ପଡିଆ ନିକଟରେ ଦୁଇ ଛାତ୍ରଙ୍କ ମଧ୍ୟରେ ସାମାନ୍ୟ ଗଣ୍ଡୋଗୋଳକୁ କେନ୍ଦ୍ରକରି ଗୋଷ୍ଠୀ ସଂଘର୍ଷ ହୋଇଥିଲା । ଖଣ୍ଡା ଆକ୍ରମଣରେ ରବୀନ କୁମାର ପାତ୍ର ଗୁୁରୁତର ଆହତ ହୋଇଥିଲେ । ଘଟଣାକୁ ନେଇ ବାରିପଦା ଟାଉନ ଥାନା ଓ ଭଞ୍ଜପୁର ଥାନାରେ ପୃଥକ ପୃଥକ ଭାବେ ଦୁଇଟି ମାମଲା ରୁଜୁ ହୋଇଥିଲା ।

ତେବେ ଘଟଣାକୁ ୨ ଦିନ ବିତିଯାଇଥିଲେ ମଧ୍ୟ ପୋଲିସ ଅଭିଯୁକ୍ତଙ୍କୁ ଗିରଫ କରିନଥିବାରୁ ଏସ୍‌ପିଙ୍କୁ ଭେଟି କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିଥିଲେ ବିଜେଡି ଛାତ୍ର ସଭାପତି । ହୋଟେଲ ଭିତରେ ଖଣ୍ଡାରେ ଆକ୍ରମଣ କରିବାକୁ ଯାଉଥିବା ଭିଜୁଆଲ ଏବେ ଭାଇରାଲ ହେବାରେ ଲାଗିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.