ଓଡ଼ିଶାରେ ମହାନଦୀ ଟ୍ରିବ୍ୟୁନାଲ ଟିମ୍ : ପ୍ରଥମ ଦିନରେ ହୀରାକୁଦ ଡ୍ୟାମର କରିବେ ପରିଦର୍ଶନ

ଛତିଶଗଡ ପରେ ଓଡିଶାରେ ପହଞ୍ଚିଲେ ମହାନଦୀ ଟ୍ରିବ୍ୟୁନାଲ ଟିମ୍ । ମହାନଦୀ ଜଳବିବାଦ ମାମଲାର ଅନୁଧ୍ୟାନ କରୁଥିବା ଟ୍ରିବ୍ୟୁନାଲ ଟିମ୍, ଛତିଶଗଡରେ ସ୍ଥିତି ଅନୁଧ୍ୟାନ କରିବା ପରେ ଏବେ ଓଡିଶାରେ ଅଛନ୍ତି । ଆଜି ଠାରୁ ହୀରାକୁଦ ବନ୍ଧ ପରିଦର୍ଶନ କରିବା ସହ, ପାୱାର ହାଉସ ମଧ୍ୟ ଅନୁଧ୍ୟାନ କରିବେ ।

ସମ୍ବଲପୁର (କେନ୍ୟୁଜ): ଛତିଶଗଡ ପରେ ଓଡିଶାରେ ପହଞ୍ଚିଲେ ମହାନଦୀ ଟ୍ରିବ୍ୟୁନାଲ ଟିମ୍ । ମହାନଦୀ ଜଳବିବାଦ ମାମଲାର ଅନୁଧ୍ୟାନ କରୁଥିବା ଟ୍ରିବ୍ୟୁନାଲ ଟିମ୍, ଛତିଶଗଡରେ ସ୍ଥିତି ଅନୁଧ୍ୟାନ କରିବା ପରେ ଏବେ ଓଡିଶାରେ ଅଛନ୍ତି । ଆଜି ଠାରୁ ହୀରାକୁଦ ବନ୍ଧ ପରିଦର୍ଶନ କରିବା ସହ, ପାୱାର ହାଉସ ମଧ୍ୟ ଅନୁଧ୍ୟାନ କରିବେ । ଏଥିପାଇଁ ଆସନ୍ତା ୨୪ ତାରିଖ ପର୍ଯ୍ୟନ୍ତ ହୀରାକୁଦ ବନ୍ଧ ଉପରକୁ ପର୍ୟ୍ୟଟକଙ୍କୁ ବାରଣ କରାଯାଇଛି । ଜଷ୍ଟିସ ଏ ଏମ ଖାନଉଇଲକରଙ୍କ ନେତୃତ୍ୱରେ ୩ ଜଣିଆ ବିଚାରପତି ଅଛନ୍ତି ।

ସୂଚନା ଅନୁଯାୟୀ ୨୮ ତାରିଖ ପର୍ଯ୍ୟନ୍ତ ମହାନଦୀ ଅବବାହିକାରେ ଥିବା ବିଭିନ୍ନ ଅଞ୍ଚଳ ବୁଲିବା ସହ ସ୍ଥିତି ପରଖିବ ଏହି ଟିମ୍ ।ଦୁଇଟି ପର୍ଯ୍ୟାୟରେ ମହାନଦୀ ଅବବାହିକାରେ ବିଭିନ୍ନ ଅଞ୍ଚଳ ବୁଲି ସ୍ଥିତି ପରଖିବ ଏହି ଟିମ୍ । ଆଜି ହୀରାକୁଦ ନଦୀ ବନ୍ଧ ଓ ଜଳଭଣ୍ଡାର, ସ୍ପିଲଓ୍ବେ ପରିଦର୍ଶନ କରିବେ ଟ୍ରିବ୍ୟୁନାଲ ଟିମ୍ । ଆସନ୍ତାକାଲି ହୀରାକୁଦ କମାଣ୍ଡ ଏରିଆ, ଚିପିଲିମା ପାଓ୍ବାର ହାଉସ ପରିଦର୍ଶନ କରିବେ । ଏମାନଙ୍କ ସହ ଆସେସର, ବିଶେଷଜ୍ଞ ଦଳ ମଧ୍ୟ ସାଙ୍ଗରେ ରହିଛନ୍ତି । ସେହିପରି ବନ୍ଧ ଉପରେ ଯାଇ ଏହି ଦଳ ସମ୍ପୂର୍ଣ୍ଣ ହୀରାକୁଦ ଜଲଭଣ୍ଡାରର ସ୍ଥିତି ପରଖିବା ସହ ଜଳ ଧାରଣା କ୍ଷମତା ଉପରେ ମଧ୍ୟ ଆଲୋଚନା କରିବେ ।

୨୫ ତାରିଖରେ ଭୁବନେଶ୍ବର ଫେରିବେ ଟ୍ରିବ୍ୟୁନାଲ ଟିମ୍ । ୨୬ ତାରିଖରେ ମୁଣ୍ଡୁଳି ଆନିକଟ ଓ ପୁରୀ ମୁଖ୍ୟ କେନାଲ ପରିଦର୍ଶନ କରିବେ । ମହାନଦୀର ତ୍ରିକୋଣଭୂମି, ଏହାର ବ୍ୟାରେଜ ପରିସର ଓ ସାମୁଦ୍ରିକ ସଂଗ୍ରହାଳୟ ପରିଦର୍ଶନ କରିବେ । ୨୭ ତାରିଖରେ ଚିଲିକା ମୁହାଣ, ସମୁଦ୍ର ମୁହାଣ ସ୍ଥିତି ଅନୁଧ୍ୟାନ କରିବେ । ୨୮ ତାରିଖରେ ମହାନଦୀ ଡେଲଟା ରିଭର ସିଷ୍ଟମ ଦୟା, ଭାର୍ଗବୀ, କୁଶଭଦ୍ରା ପରିଦର୍ଶନ କରିବେ ଟ୍ରିବ୍ୟୁନାଲ ଟିମ୍ । ସେଠାରୁ ଭୁବନେଶ୍ବର ଫେରିବା ପରେ ପୁଣି ଦିଲ୍ଲୀ ଫେରିଯିବେ ଏହି ଟିମ୍।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.