ଗଞ୍ଜାମ ପୁରୁଷୋତ୍ତମପୁରରେ ଯୁବକଙ୍କୁ ଚୋର ସନ୍ଦେହରେ ପିଟିପିଟି ହତ୍ୟା ଘଟଣା: ୫ ଅଭିଯୁକ୍ତ ଗିରଫ

ଗଞ୍ଜାମ ଜିଲ୍ଲା ପୁରୁଷୋତ୍ତମପୁର ଥାନା ଚିଙ୍ଗୁଡିଘାଇରେ ଯୁବକଙ୍କୁ ହତ୍ୟା ଘଟଣାରେ ୫ ଗିରଫ । ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କଲା ପୋଲିସ । ଗତକାଲି ଚିଙ୍ଗୁଡିଘାଇ ଗାଁରୁ ଜଣେ ଯୁବକଙ୍କ କ୍ଷତବିକ୍ଷତ ମୃତଦେହ ଉଦ୍ଧାର ହୋଇଥିଲା । ମୃତ ଯୁବକ ପୁରୀ ଜିଲ୍ଲାର ବାହୁଡା ସାହୁ ବୋଲି ଜାଣିବାକୁ ପାଇଛି ପୋଲିସ ।

ଗଞ୍ଜାମ (କେନ୍ୟୁଜ): ଗଞ୍ଜାମ ଜିଲ୍ଲା ପୁରୁଷୋତ୍ତମପୁର ଥାନା ଚିଙ୍ଗୁଡିଘାଇରେ ଯୁବକଙ୍କୁ ହତ୍ୟା ଘଟଣାରେ ୫ ଗିରଫ । ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କଲା ପୋଲିସ । ଗତକାଲି ଚିଙ୍ଗୁଡିଘାଇ ଗାଁରୁ ଜଣେ ଯୁବକଙ୍କ କ୍ଷତବିକ୍ଷତ ମୃତଦେହ ଉଦ୍ଧାର ହୋଇଥିଲା । ମୃତ ଯୁବକ ପୁରୀ ଜିଲ୍ଲାର ବାହୁଡା ସାହୁ ବୋଲି ଜାଣିବାକୁ ପାଇଛି ପୋଲିସ ।

ତେବେ ଗତ ୧୭ ତାରିଖ ରାତିରେ ବାହୁଡା ଚିଙ୍ଗୁଇଘାଇ ଗାଁରେ ବୁଲୁଥିବା ବେଳେ ଚୋର ସନ୍ଦେହରେ କିଛି ଯୁବକ ତାଙ୍କୁ ପିଟି ପିଟି ମାରି ଦେଇଥିଲେ । ହତ୍ୟାକୁ ଲୁଚାଇବା ପାଇଁ ମୃତଦେହ ନିକଟସ୍ଥ ଏକ ପ୍ରାଥମିକ ବିଦ୍ୟାଳୟ ଠାରେ ଥିବା ଗଛ ନିକଟରେ ଫିଙ୍ଗି ଦେଇଥିଲେ । ଘଟଣାରେ ଆଉ କିଛି ଜଣ ସମ୍ପୃକ୍ତି ଥିବା ନେଇ ଜଣା ପଡିଥିବା ବେଳେ ଖୁବଶୀଘ୍ର ସମସ୍ତଙ୍କୁ ଗିରଫ କରାଯିବ ବୋଲି ସୂଚନା ଦେଇଛନ୍ତି ପୁରୁଷୋତ୍ତମପୁର ଏସଡିପିଓ ରଜନୀକାନ୍ତ ସାମଲ ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.