କିନ୍ନର ସମ୍ପ୍ରଦାୟ ପାଳନ କଲେ ସାବିତ୍ରୀ ବ୍ରତ, ନିଜ ଗୁରୁଙ୍କ ପାଇଁ ରଖିଲେ ବ୍ରତ

ଉଚ୍ଚାରଣ ହୋଇଥିଲା ମନ୍ତ୍ର । ପୂଜାପାଠ ମଧ୍ୟ ଚାଲିଥିଲା । ସାଜ ସଜ୍ଜା ହୋଇଥିଲା ପୂଜା ବ୍ରତ ଥାଳି। ନୂଆ ଶାଢି ପରିଧାନ କରି ବ୍ରତଧାରୀମାନେ ବସିଥିଲା ପୂଜାରେ। ଆଉ ପୂଜା କରୁଥିଲା ପୂଜକ। ହେଲେ ସବୁଠୁ ନିଆରା କଥା ଏଠି ବ୍ରତ ଧାରୀ ମାନେ ଥିଲେ ଜଣେ ଜଣେ କିନ୍ନର।

ବାରିପଦା(କେନ୍ୟୁଜ୍): ଗତକାଲି ଥିଲା ପବିତ୍ର ସାବିତ୍ରୀ ବ୍ରତ। ସବୁଠି ଦେଖିବାକୁ ମିଳିଥିଲା ଆଧ୍ୟାତ୍ମିକ ପରିବେଶ। ଘର ଠାରୁ ମନ୍ଦିର ସବୁଠି ମନ୍ତ୍ରପାଠ ସହ ଶଙ୍ଖ ହୁଳୁହୁଳି ଶବ୍ଦରେ ପ୍ରକମ୍ପିତ ହୋଇଥିଲା। ଏହାରି ମଧ୍ୟରେ ଏକ ନିଆରା ସାବିତ୍ରୀ ବ୍ରତ ପାଳନ ହୋଇଥିବାର ଦେଖିବାକୁ ମିଳିଥିଲା ମୟୁରଭଞ୍ଜ ଜିଲ୍ଲା ସଦର ମହକୁମା ବାରିପଦା ଠାରେ। କିନ୍ନର ସମ୍ପ୍ରଦାୟ ପାଳନ କରିଥିଲେ ଏହି ସାବିତ୍ରୀ ବ୍ରତ। ନିଜ ଗୁରୁଙ୍କ ପାଇଁ ରଖିଥିଲେ ବ୍ରତ।

ଉଚ୍ଚାରଣ ହୋଇଥିଲା ମନ୍ତ୍ର । ପୂଜାପାଠ ମଧ୍ୟ ଚାଲିଥିଲା । ସାଜ ସଜ୍ଜା ହୋଇଥିଲା ପୂଜା ବ୍ରତ ଥାଳି। ନୂଆ ଶାଢି ପରିଧାନ କରି ବ୍ରତଧାରୀମାନେ ବସିଥିଲା ପୂଜାରେ। ଆଉ ପୂଜା କରୁଥିଲା ପୂଜକ। ହେଲେ ସବୁଠୁ ନିଆରା କଥା ଏଠି ବ୍ରତ ଧାରୀ ମାନେ ଥିଲେ ଜଣେ ଜଣେ କିନ୍ନର। ଏପରିକି ପୂଜକ ମଧ୍ୟ ସେହି କିନ୍ନର ସମ୍ପ୍ରଦାୟର । ଅନର୍ଗଳ ପଢି ଚାଲିଥିଲେ  ବେଦ ମନ୍ତ୍ର। ଆଉ ବ୍ରତଧାରୀ ମାନଙ୍କୁ ସେମାନଙ୍କ ମନସ୍କାମନା ପୂରଣ କରିବାକୁ କରାଉଥିଲେ ସଂକଳ୍ପ। ଏଦୃଶ୍ୟ ଥିଲା ବାରିପଦା ସହରର ଦେବେନ୍ଦ୍ରପୁର ଅଞ୍ଚଳର।

ସାବିତ୍ରୀ ବ୍ରତ, ସ୍ୱାମୀର ଦୀର୍ଘାୟୂ କାମନା କରି ମାଙ୍କୁ ପୁଜିଥାନ୍ତି ସ୍ତ୍ରୀମାନେ। ଓଡ଼ିଆ ଘରର ଏହି ପର୍ବକୁ ସାଧାରଣତଃ ସଧବା ମାନେ ହିଁ ସ୍ୱାମୀଙ୍କର ନିରାମୟ ଜୀବନ କାମନା କରି ପାଳନ କରିଥାନ୍ତି। ଏବେ ଏହି ପରମ୍ପରାକୁ ଆପଣାଇଛନ୍ତି କିନ୍ନର ସମ୍ପ୍ରଦାୟ। ନିଜ ଗୁରୁ ଓ ପ୍ରୀୟଜନଙ୍କ ମଙ୍ଗଳ କମାନା କରି କରୁଛନ୍ତି ପୂଜାର୍ଚ୍ଚନା।

କିନ୍ନର ସମ୍ପ୍ରଦାୟର ମାଆ ଭଉଣୀ ମାନେ ସକାଳୁ ସକାଳୁ ଗାଧୋଇ ନୂଆ ବସ୍ତ୍ର ପରିଧାନ କରି ଲାଗି ପଡିଥିଲେ ପୂଜାରେ। ଫଳ ଫୁଲ ସାଙ୍ଗକୁ ପୂଜା ସଜ ଧରି ସାବିତ୍ରୀ ବ୍ରତ ପାଳନ କରିବାକୁ ମନ୍ଦିର ଛୁଟିଯାଇଥିଲେ। ନିଜ ନିଜ ଗୁରୁଙ୍କ ଦୀର୍ଘାୟୁ କାମନା କରି ରୀତିନୀତି ମୁତାବକ କରିଥିଲେ ପୂଜାର୍ଚ୍ଚନା। ସେମାନଙ୍କ ସମ୍ପ୍ରଦାୟର ପୂଜକ ମଧ୍ୟ ଜଣେ ପରିପକ୍ୱ ପୂଜକ ଭଳି ମନ୍ତ୍ର ଉଚ୍ଚାରଣ କରି ପୂଜାପାଠ କରିଥିଲେ। ବେଶ ନିଆରା ଥିଲା ଏ ଦୃଶ୍ୟ ।

କେବଳ ଯେ ନିଜ ଗୁରୁଙ୍କ ଦୀର୍ଘାୟୂ କାମନା କରି ଏହି ବ୍ରତ ରଖିଥିଲେ ଏହି କିନ୍ନର ସମ୍ପ୍ରଦାୟ ତାହା ନୁହଁ ସମାଜର ମଙ୍ଗଳ ମନାସି ଏହି ପୂଜାର୍ଚ୍ଚନା କରିବାକୁ ମଧ୍ୟ ସମାଜକୁ ଏକ ଭିନ୍ନ ବାର୍ତ୍ତା ଦେଇଥିଲେ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.