ଗିନିଜବୁକରେ ସ୍ଥାନ ପାଇଁ ଭୁବନେଶ୍ବରରେ ୧୨ କିଲୋମିଟର ପର୍ଯ୍ଯନ୍ତ ହେଲା ତ୍ରିରଙ୍ଗା ଯାତ୍ରା
ବାରଙ୍ଗ(କେନ୍ୟୁଜ୍): ଆଜି ହେଉଛି ୭୪ ତମ ସାଧାରଣତନ୍ତ୍ର ଦିବସ।ଏହି ଶୁଭ ଦିନରେ ଭାରତୀୟ ଜାତୀୟ ପତାକାକୁ ଗିନିଜବୁକରେ ସ୍ଥାନିତ କରିବା ପାଇଁ ନନ୍ଦନକାନନ ଛକ ଠାରୁ ଡମଣା ଛକ ପର୍ଯ୍ଯନ୍ତ ତ୍ରିରଙ୍ଗା ଯାତ୍ରା କରାଯାଇଛି।
ଏଥିରେ ବିଭିନ୍ନ ସ୍କୁଲ କଲେଜର ୧୫ ହଜାରରୁ ଉର୍ଦ୍ଧ୍ଵ ଛାତ୍ର ଛାତ୍ରୀ ତ୍ରିରଙ୍ଗା ଯାତ୍ରାରେ ଭାଗ ନେଇ ଗର୍ବ ଅନୁଭବ କରିଛନ୍ତି।ଭାରତରେ ସବୁଠାରୁ ବଡ଼ ତ୍ରିରଙ୍ଗା ଯାତ୍ରାରେ ଏକାଧିକ ଶିକ୍ଷା ଅନୁଷ୍ଠାନ ସହ ବଡ଼ ବଡ଼ ଉଦ୍ୟୋଗି ସଂସ୍ଥା ଭାଗ ନେଇଛନ୍ତି।