ବାଲେଶ୍ୱର : ନାସାରୁ ୩ ଦିନିଆ ସମ୍ମିଳନୀ ସାରି ଫେରିଲେ ୧୩ ଛାତ୍ରଛାତ୍ରୀ

ବାଲେଶ୍ୱର : ନାସାରେ ୩ ଦିନିଆ ଆନ୍ତର୍ଜାତିକ ଅନ୍ତରୀକ୍ଷ ବିଜ୍ଞାନ ସମ୍ମିଳନୀରେ ଅଂଶଗ୍ରହଣ କରି ବାଲେଶ୍ୱର ଫେରିଛନ୍ତି ୧୩ ଜଣ ଛାତ୍ରଛାତ୍ରୀ । ସେଣ୍ଟ ଭିନ୍‌ସେଣ୍ଟ କନ୍‌ଭେଣ୍ଟର ବିଦ୍ୟାର୍ଥୀମାନେ ସ୍କୁଲ ପରିସରରେ ଆୟୋଜିତ କାର୍ଯ୍ୟକ୍ରମରେ ସାମିଲ ହୋଇ ନାସା ଭ୍ରମଣର ଅନୁଭୂତି ସଂପର୍କରେ କହିଥିଲେ । ଗତ ୧୩ ତାରିଖରୁ ତିନି ଦିନ ଧରି ନାସାର ବିଭିନ୍ନ ବିଭାଗ ପରିଦର୍ଶନ କରିବା ସହ ମହାକାଶ ଯାନ ନିର୍ମାଣ, ମହାକାଶ ଯାତ୍ରୀଙ୍କ ଜୀବନଧାରା ଓ ଅନ୍ତରୀକ୍ଷ ସଂପର୍କିତ ଗବେଷଣା ଉପରେ ଜ୍ଞାନ ଅର୍ଜନ କରିଥିଲେ ଏହି ବିଦ୍ୟାର୍ଥୀ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.