ଉଗ୍ର ରୂପ ନେଲା ଦୁଇ ଗୋଷ୍ଠୀ ମଧ୍ୟରେ ବିବାଦ, ଦିନ ୨ଟା ପରଠାରୁ ପଟ୍ଟାମୁଣ୍ଡାଇରେ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ୧୪୪ ଧାରା ଜାରି

ପଟ୍ଟାମୁଣ୍ଡାଇ: ଉଗ୍ର ରୂପ ନେଲା ପଟ୍ଟାମୁଣ୍ଡାଇରେ ଦୁଇ ଗୋଷ୍ଠୀ ମଧ୍ୟରେ ବିବାଦ । ୧୧ ନମ୍ବର ଓ୍ଵାର୍ଡରେ ଗୋଷ୍ଠୀ ସଂଘର୍ଷକୁ ନେଇ ଉତ୍ତେଜନା ଦେଖା ଦେଇଛି । ଏଥିରେ ୧୦ରୁ ଅଧିକ ଆହତ ହୋଇଛନ୍ତି । ଘଟଣାରେ କାହାରିକୁ ଗିରଫ କରାଯାଇନଥିବାରୁ ଆଜି ଶତାଧିକ ମହିଳା ଥାନା ଘେରାଉ କରିଛନ୍ତି ।

ଏହା ସହ ସହରର ବିଭିନ୍ନ ସ୍ଥାନରେ ଟାୟାର ଜାଳି ରାସ୍ତାକୁ ଅବରୋଧ କରିଥିଲେ । ଠିକା କାମକୁ ନେଇ ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ଦେଖିବାକୁ ମିଳିଥିଲା । ଘଟଣାସ୍ଥଳରେ ଏସ୍‌ଡିପିଓ ଏବଂ ତହସିଲଦାର ପହଞ୍ଚିଥିବା ବେଳେ ବ୍ୟାପକ ପୋଲିସ ମୁତୟନ କରାଯାଇଛି । ଦିନ ୨ଟା ପରଠାରୁ ସହରରେ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ୧୪୪ ଧାରା ଜାରି କରାଯିବ ବୋଲି ତହସିଲଦାର ସୂଚନା ଦେଇଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.