Below header

ବିନା ସୂଚନାରେ ୪୫ ମିନିଟ୍‌ ଧରି ଡାଉନ୍‌ ରହିଲା ହ୍ଵାଟ୍ସଆପ୍‌, ନା ମେସେଜ୍‌ ଗଲା ନା ଆସିଲା

ଶୁକ୍ରବାର ସନ୍ଧ୍ୟାରେ ହ୍ଵାଟ୍ସଆପ୍‌, ଫେସ୍‌ବୁକ୍‌ ଓ ଇନ୍‌ଷ୍ଟାଗ୍ରାମ୍‌ ୟୁଜର୍ସଙ୍କୁ ବହୁ ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ିଛି। ରାତି ପାଖାପାଖି ୧୧ଟା ବେଳେ ହ୍ଵାଟ୍ସଆପ୍‌ ଡାଉନ୍‌ ହୋଇଯାଇଥିଲା ଓ ପ୍ରାୟ ଅଧ ଘଣ୍ଟା ପରେ ରାତି ୧୨ଟା ପୂର୍ବରୁ ଧୀରେ ଧୀରେ ସ୍ୱାଭାବିକ୍‌ ହୋଇଥିଲା।

ପାଖାପାଖି ୪୫ ମିନିଟ୍‌ ଯାଏଁ ଆପ୍‌ ଡାଉନ୍‌ ରହିବା ପରେ କମ୍ପାନୀ ବୟାନ ଜାରି କରି ଅସୁବିଧା ପାଇଁ ଦୁଃଖ ପ୍ରକାଶ କରିଥିଲା। କମ୍ପାନୀ ଟ୍ଵିଟ୍‌ କରି ଲେଖିଥିଲା, ଆପଣ ସମସ୍ତଙ୍କୁ ଧୈର୍ଯ୍ୟ ପାଇଁ ଧନ୍ୟବାଦ। ୪୫ ମିନିଟ୍‌ ବେଶ୍‌ ଲମ୍ବା ସମୟ ଥିଲା, କିନ୍ତୁ ଏବେ ଆମେ ପୁଣି ଫେରିଛୁ। ତେବେ କମ୍ପାନୀ ହ୍ଵାଟ୍ସଆପ୍‌ ଡାଉନ୍‌ ରହିବାର କାରଣ କ’ଣ ତାହା ଏବେ ଯାଏଁ କହିନାହିଁ।

ଦୁନିଆର ସମସ୍ତ ହ୍ଵାଟ୍ସଆପ୍‌ ୟୁଜରଙ୍କ ଆପ୍‌ ଶୁକ୍ରବାର କିଛି ସମୟ ପାଇଁ କାମ କରିବା ବନ୍ଦ କରି ଦେଇଥିଲା। ହ୍ଵାଟ୍ସଆପ୍‌ ଡାଉନ୍‌ ହେବା ବେଳେ ଇନ୍‌ଷ୍ଟାଗ୍ରାମ୍‌, ଫେସ୍‌ବୁକ୍‌ ମେସେଞ୍ଜର ମଧ୍ୟ ଡାଉନ୍‌ ଥିବା ଦେଖିବାକୁ ମିଳିଥିଲା। ଏହି ସମୟରେ ହ୍ଵାଟ୍ସଆପ୍‌ରେ ମେସେଜ୍‌ ମଧ୍ୟ ଯିବା ଆସିବା କରୁନଥିଲା।

ତେବେ ଏହି ସମୟରେ କିଛି ୟୁଜର୍ସ ଡାଟା ଅନ୍‌ ଅଫ୍‌ କରିବା ସହ ଫୋନ୍‌ ରି-ଷ୍ଟାର୍ଟ ବି କରିଥିଲେ। କିନ୍ତୁ ହ୍ଵାଟ୍ସଆପ୍‌ ସ୍ୱାଭାବିକ୍‌ ହୋଇନଥିଲା। କମ୍ପାନୀର ସୂଚନା ପରେ ଏହାକୁ ନେଇ ମିମ୍ସ ମଧ୍ୟ ବେଶ୍‌ ଭାଇରାଲ ହେଉଛି। ନଜର ପକାନ୍ତୁ କିଛି ସେଭଳି ମଜାଳିଆ ମିମ୍ସ ଉପରେ…

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.