ପିରିଅଡ୍ସ ସମୟରେ ମହିଳାଙ୍କ ଆଖିରୁ ବାହାରୁଛି ରକ୍ତ,କାରଣ ଜାଣିଲେ ଉଡିଯିବ ହୋସ୍

‘ତୁମ୍ ଖୁନ୍ କେ ଆସୁଁ ରୋଓଗେ’ ଏହା ଆପଣ ଅନେକ ଫିଲ୍ମର ଡାଇଲଗରେ ନିଶ୍ଚିତ ଶୁଣିଥିବେ। କିନ୍ତୁ ପ୍ରକୃତରେ ଏମିତି ହେବା କଥା ଜାଣିଛନ୍ତି କି ? କିନ୍ତୁ ଚଣ୍ଡିଗଡ଼ର ଜଣେ ୨୫ ବର୍ଷୀୟା ମହିଳା ତାଙ୍କ ପିରିୟଡସ୍ ସମୟରେ ତାଙ୍କ ଆଖିରୁ ରକ୍ତସ୍ରାବ ଜନିତ ସମସ୍ୟା ଦେଖାଦେଇଛି ।

ଏମିତି ପ୍ରତ୍ୟେକ ମହିଳାଙ୍କର ମାସିକ ଋତୁସ୍ରାବ ସମୟରେ ବିଭିନ୍ନ ପ୍ରକାର ସମସ୍ଯା ଦେଖାଦେଇଥାଏ। କାହାର ପେଟରେ ତୀବ୍ର ଯନ୍ତ୍ରଣା ହେଉଥାଏ ତ, ଆଉ କେହି ଦେହରେ ଫୁଲାପଣ ଅନୁଭବ କରନ୍ତି । କେହି କେହି ହାତ ଓ ପାଦରେ ଯନ୍ତ୍ରଣା ପାଉଥିବା ବେଳେ, ଏବଂ ଆଉ କିଛି ମହିଳାଙ୍କୁ ଭୋକ ଲାଗିନଥାଏ

ଚଣ୍ଡିଗଡ଼ରେ ରହୁଥିବା ଏହି ୨୫ ବର୍ଷୀୟା ମହିଳାଙ୍କ ମାମଲା ବ୍ରିଟିଶ ମେଡିକାଲ ଜର୍ଣ୍ଣାଲରେ ପ୍ରକାଶ ପାଇଥିଲା । ଏହି ଅନୁଯାୟୀ, ୫ବର୍ଷ ପୂର୍ବେ ମହିଳା ଜଣଙ୍କ ଆଖିରୁ ରକ୍ତସ୍ରାବ (ରକ୍ତ ଲୁହ) ସମ୍ପର୍କରେ ଡାକ୍ତରଙ୍କ ସହ ଯୋଗାଯୋଗ କରିଥିଲେ । ଏହି ସମୟ ମଧ୍ୟରେ ମହିଳାଙ୍କର କୌଣସି ପ୍ରକାର ଯନ୍ତ୍ରଣା କିମ୍ବା ଅନ୍ୟାନ୍ୟ ସମସ୍ୟା ନଥିଲା । ଏହା ତାଙ୍କ ସହିତ ଦୁଇଥର ଘଟିଥିଲା । ଅନେକ ପରୀକ୍ଷା କରିବା ପରେ ମଧ୍ୟ ଡାକ୍ତରମାନେ ଏହି ଅଦ୍ଭୁତ ସମସ୍ୟା ବୁଝି ପାରିଲେ ନାହିଁ ।

periods

ଏହି ମାମଲାକୁ ଅଧ୍ୟୟନ କରିବା ପରେ ଡାକ୍ତରମାନେ ଜାଣିବାକୁ ପାଇଥିଲେ ଯେ, କେବଳ ପିରିଅଡ୍ସ ସମୟ ମଧ୍ୟରେ ମହିଳାଙ୍କ ଆଖିରୁ ରକ୍ତସ୍ରାବ ହୋଇଥିଲା । ମହିଳାଙ୍କ ଅନେକ ପରୀକ୍ଷା ପରେ, ଅନୁସନ୍ଧାନରୁ ଜଣାପଡିଛି ଯେ ଏହି ବିରଳ ଅବସ୍ଥା ହେଉଛି (Ocular Vicarious Menstruation) ଯାହା ଗର୍ଭାଶୟ ବ୍ୟତୀତ ଅନ୍ୟ ଅଙ୍ଗରୁ ରକ୍ତ ସୃଷ୍ଟି କରିଥାଏ । ଓଠ, ଆଖି, ଫୁସଫୁସ, ପେଟ ଏବଂ ନାକରୁ ରକ୍ତସ୍ରାବ ମଧ୍ୟ ହୋଇପାରେ । ଏହି ମାମଲାରେ ମହିଳାଙ୍କର ରକ୍ତସ୍ରାବ ହୋଇଥିଲା ।

ଏହି ମହିଳାଙ୍କର ଅକୁଲାର ରକ୍ତସ୍ରାବର କୌଣସି ପାରିବାରିକ ହିଷ୍ଟ୍ରି ନଥିଲା । ଏହି କାରଣରୁ ଡାକ୍ତରମାନେ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯାଇଥିଲେ । ବ୍ରିଟିଶ ମେଡିକାଲ ଜର୍ଣ୍ଣାଲରେ ପ୍ରକାଶିତ ଏକ ଅଧ୍ୟୟନ ଅନୁଯାୟୀ, ମହିଳା ୩ ମାସର ହରମୋନାଲ ଚିକିତ୍ସା ପରେ ସୁସ୍ଥ ହୋଇଥିଲେ । ଏହା ଅତ୍ୟନ୍ତ ବିରଳ ଚିକିତ୍ସା । ଏହାକୁ ହେମୋଲାକ୍ରିଆ ଅର୍ଥାତ୍ ରକ୍ତମୁଖା ଲୁହ ମଧ୍ୟ କୁହାଯାଏ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.