ବାହାଘର ଭୋଜିରେ ଚିନି ବଦଳରେ ମିଶିଲା କୀଟନାଶକ ଔଷଧ, ବିଷ ଚା’ ପିଇବା ପରେ ୧୫ଜଣଙ୍କ ଅବସ୍ଥା ଗୁରୁତର

ଜଳେଶ୍ୱର: ଚା ହେଲା ବିଷ। ଅଜାଣତରେ ଚିନି ବଦଳରେ ଚା’ରେ କୀଟନାଶକ ଔଷଧ ପକାଇ ଦେଲେ ମହିଳା। ବାଲେଶ୍ୱର ଜଳେଶ୍ୱର ବ୍ଲକ ଭୋଗରାଇ ବ୍ଲକ୍‌ ରଣସିଂହପୁର ଗାଁରେ ଏହି ଅଘଟଣ ଘଟିଛି। ବାହାଘର ଭୋଜିରେ ଚା’ ପିଇ ୧୫ ଗୁରୁତର। ସେମାନଙ୍କ ମଧ୍ୟରୁ ୧୧ଜଣଙ୍କ ଅବସ୍ଥା ସଂକଟାପନ୍ନ ରହିଛି। ସମସ୍ତଙ୍କୁ ଜଳେଶ୍ୱରପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଛି। ଚା’ରେ ବିଷ ମିଶିଥିବା ନେଇ ଡାକ୍ତର ସୂଚନା ଦେଇଛନ୍ତି। ରଣସିଂହପୁର ଗାଁରେ ଏକ ବିବାହ ଭୋଜି ଚାଲିଥିଲା। ଆଜି ସକାଳୁ ଘରର ଜଣେ ମହିଳା ସମସ୍ତଙ୍କ ପାଇଁ ଚା ତିଆରି କରିଥିଲେ। ହେଲେ ଅଜାଣତରେ ଚିନି ବଦଳରେ କୀଟନାଶକ ଔଷଧ ପକାଇ ଦେଇଥିଲେ।

Leave A Reply

Your email address will not be published.