ହୋଲି ପାଇଁ ସୁରକ୍ଷା ବ୍ଯବସ୍ଥା କଡ଼ାକଡ଼ି, ୧୫ ପ୍ଲାଟୁନ ପୋଲିସ ମୁତୟନ

ହୋଲି ପାଇଁ ସଜାଗ ହୋଇଛି କଟକ କମିଶନରେଟ୍ ପୋଲିସ। ହୋଲି ପାଇଁ ସୁରକ୍ଷା ବ୍ଯବସ୍ଥାକୁ ଆହୁରି କଡ଼ାକଡ଼ି କରାଯାଇଛି।

କଟକ : ହୋଲି ପାଇଁ ସଜାଗ ହୋଇଛି କଟକ କମିଶନରେଟ୍ ପୋଲିସ। ହୋଲି ପାଇଁ ସୁରକ୍ଷା ବ୍ଯବସ୍ଥାକୁ ଆହୁରି କଡ଼ାକଡ଼ି କରାଯାଇଛି। ୧୫ ପ୍ଲାଟୁନ ପୋଲିସ ହୋଲିକୁ ଶାନ୍ତି ଶୃଙ୍ଖଳାରେ ପାଳନ କରାଯିବା ଲାଗି ମୁତୟନ ରହିବେ। ୧୨ଟି ସ୍ପେଶାଲ ଟିମ ବିଭିନ୍ନ ପ୍ରକାରର ଗତିବିଧି ଉପରେ ନଜର ରଖିବେ।

ସମ୍ବେଦନଶୀଳ ସ୍ଥାନ ମାନଙ୍କରେ ପୋଲିସ ମୁତୟନ ରହିବେ। ରାସ୍ତା ଉପରେ କୌଣସି ପ୍ରକାର ବିଶୃଙ୍ଖଳା କଲେ ପୋଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ। କମିଶନରେଟ ପୋଲିସ ପକ୍ଷରୁ ଅଧିକ ପାଟ୍ରୋଲିଙ୍ଗର ବ୍ୟବସ୍ଥା କରାଯାଇଛି। ହୋଲିକୁ ସମସ୍ତେ ଶାନ୍ତି ଶୃଙ୍ଖଳା ସହ ପାଳନ କରିବା କରିବାକୁ କହିଲେ କଟକ ଡିସିପି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.