୨୦,୦୦୦ ହଜାରରୁ କମ ଦାମରେ ମିଳୁଛି Realme 12+ 5G, ଜାଣନ୍ତୁ ଡିଟେଲ୍ସ

Flipkart Month End Mobiles Fest ସେଲରେ Realme 12+ 5G ସ୍ମାର୍ଟଫୋନରେ ମିଳୁଛି ଅନେକ ସ୍ପେଶାଲ ଅଫର । ତେବେ ଆଜି ଆମେ ଆପଣଙ୍କୁ ଏହି ଫୋନର ଦାମ ଏବଂ ଫିଚର୍ସ ବିଷୟରେ ଜଣାଇବୁ ।

ଯଦି ଆପଣ ମିଡ୍ ରେଞ୍ଜରେ ଏକ ଭଲ ସ୍ମାର୍ଟଫୋନ୍ ଖୋଜୁଛନ୍ତି, ତେବେ ଆଜି ଆମେ ଆପଣଙ୍କୁ ଏହିପରି ଏକ ଫୋନ୍ ବିଷୟରେ ଜଣାଇବୁ । ଏହି ଫୋନର ହେଉଛି Realme 12+ 5G, ଯାହା ଫ୍ଲିପକାର୍ଟରେ ଆରମ୍ଭ ହୋଇଥିବା ସେଲରେ ଅନେକ ସ୍ପେଶାଲ ଅଫର ସହିତ ବିକ୍ରି ହେଉଛି । ଫ୍ଲିପକାର୍ଟରେ ଚାଲିଥିବା ଏହି ସେଲର ନାମ ହେଉଛି Flipkart Month End Mobiles Fest । ଆପଣ ଏଥିରୁ ହି ଜାଣିପାରିଥିବେ ୟୁଜର୍ସମାନେ ମୋବାଇଲ୍ ଫୋନରେ ଅନେକ ଡିସକାଉଣ୍ଟ ପାଉଛନ୍ତି ।

ଏହି ସେଲ ୨୩ ମାର୍ଚ୍ଚରୁ ଆରମ୍ଭ ହୋଇଛି ଏବଂ ଏହା ୩୦ ମାର୍ଚ୍ଚ ପର୍ଯ୍ୟନ୍ତ ଚାଲିବ । ଏହି ଅବଧି ମଧ୍ୟରେ, ୟୁଜର୍ସମାନେ ଅନେକ ସ୍ମାର୍ଟଫୋନରେ ଭାରୀ ଡିସକାଉଣ୍ଟ ସହ ଅନ୍ୟାନ୍ୟ ଅଫର ପାଇପାରିବେ । ଆଜି ଆମେ ଆପଣଙ୍କୁ Realme 12 Plus 5G ଫୋନରେ ମିଳୁଥିବା ଅଫର ବିଷୟରେ ଜଣାଇବୁ । ଏହି ଫୋନର ବେସ୍ ଭାରିଆଣ୍ଟ (୮ ଜିବି + ୧୨୮ ଜିବି ) ୧୯,୯୯୯ ଟଙ୍କାରେ ଉପଲବ୍ଧ ଥିବାବେଳେ ଟପ୍ ଭାରିଆଣ୍ଟ (୮ ଜିବି + ୨୫୬ ଜିବି) ୨୧,୯୯୯ ଟଙ୍କାରେ ଉପଲବ୍ଧ । ଏହି ଫୋନ୍ ଫ୍ଲିପକାର୍ଟରେ SBI, AXIS, ICICI ଏବଂ HDFC ବ୍ୟାଙ୍କ କାର୍ଡ ୟୁଜର୍ସଙ୍କୁ ଅଧିକ ଡିସକାଉଣ୍ଟ ଦିଆଯାଉଛି ।

ଏହା ବ୍ୟତୀତ କମ୍ପାନୀ ଏହି ଫୋନରେ ୧୯ ହଜାର ଟଙ୍କା ପର୍ଯ୍ୟନ୍ତ ଏକ୍ସଚେଞ୍ଜ ଅଫର ମଧ୍ୟ ଦେଉଛି । ଏହି ଫୋନରେ କମ୍ପାନୀ 6.67 ଇଞ୍ଚ ଫୁଲ୍ HD + AMOLED ଡିସପ୍ଲେ ଦେଇଛି, ଯାହା 120Hz ରିଫ୍ରେସ ରେଟ, ରେଜୋଲ୍ୟୁସନ 2400 x 1080 ପିକ୍ସେଲ, 20: 9 ଆସପେକ୍ଟ ରେସିଓ, ସ୍କ୍ରିନ-ଟୁ-ବଡି ରେସିଓ 92.65 ଏବଂ 2000 ନିଟ୍ସର ପିକ ବ୍ରାଇଟନେସ ସହିତ ଆସିଥାଏ । ଏହି ଫୋନରେ ପ୍ରୋସେସର୍ ପାଇଁ MediaTek Dimensity 7050 ଚିପସେଟ୍ ଦିଆଯାଇଛି । ଆଣ୍ଡ୍ରଏଡ୍ 14 ଆଧାରିତ OS ରେ ଏହି ଫୋନ୍ ଚାଲିଥାଏ ।

67W ଫାଷ୍ଟ ଚାର୍ଜିଂ ସପୋର୍ଟ ସହିତ ଏହାର 5000mAh ବ୍ୟାଟେରୀ ଅଛି । ଫୋନର ଓଜନ 190 ଗ୍ରାମ ଏବଂ କମ୍ପାନୀ ଏହାକୁ ଦୁଇଟି କଲର Navigator Beige ଏବଂ Pioneer Green ରେ ଲଞ୍ଚ କରିଛି । ଏହି ଫୋନର ପଛ ଭାଗରେ ଟ୍ରିପଲ୍ କ୍ୟାମେରାର ସେଟଅପ୍ ଦିଆଯାଇଛି । ଏହି ସେଟଅପର ମେନ କ୍ୟାମେରା 50MP, ଦ୍ୱିତୀୟ କ୍ୟାମେରା 8MP ଅଲ୍ଟ୍ରା ୱାଇଡ୍ ଆଙ୍ଗଲ୍ ଲେନ୍ସ ଏବଂ ତୃତୀୟ କ୍ୟାମେରା 2MP ମାଇକ୍ରୋ ସେନ୍ସର ସହିତ ଆସିଥାଏ । ସେଲଫି ଏବଂ ଭିଡିଓ କଲିଂ ପାଇଁ 16MP ଫ୍ରଣ୍ଟ କ୍ୟାମେରା ଅଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.