ମଧ୍ୟାହ୍ନ ଭୋଜନ ଖାଇ ୧୫ ଛାତ୍ରଛାତ୍ରୀ ଅସୁସ୍ଥ

ମଧ୍ୟାହ୍ନ ଭୋଜନ ଖାଇ ୧୫ ଅସୁସ୍ଥ। ଭଦ୍ରକ ବ୍ଲକ ଖଣ୍ଡତଡା ୟୁଜିଏମଇ ସ୍କୁଲର ୧୫ଜଣ ଛାତ୍ରଛାତ୍ରୀ ଅସୁସ୍ଥ। ଆଜି ମଧ୍ୟାହ୍ନ ଭୋଜନ ପାଇଁ ଖାଇବାକୁ ଦିଆଯିବ ବେଳେ ଡାଲମାରେ ଏକ ଝିଟିପିଟି ପଡ଼ିଥିବା ଦେଖାଯାଇଥିଲା। ଏହା ପରେ ଅନ୍ୟ ଛାତ୍ରଛାତ୍ରୀଙ୍କୁ ମଧ୍ୟାହ୍ନଭୋଜନ ବନ୍ଦ କରିଦିଆଯାଇଥିଲା।

ଭଦ୍ରକ : ମଧ୍ୟାହ୍ନ ଭୋଜନ ଖାଇ ୧୫ ଅସୁସ୍ଥ। ଭଦ୍ରକ ବ୍ଲକ ଖଣ୍ଡତଡା ୟୁଜିଏମଇ ସ୍କୁଲର ୧୫ଜଣ ଛାତ୍ରଛାତ୍ରୀ ଅସୁସ୍ଥ। ଆଜି ମଧ୍ୟାହ୍ନ ଭୋଜନ ପାଇଁ ଖାଇବାକୁ ଦିଆଯିବ ବେଳେ ଡାଲମାରେ ଏକ ଝିଟିପିଟି ପଡ଼ିଥିବା ଦେଖାଯାଇଥିଲା। ଏହା ପରେ ଅନ୍ୟ ଛାତ୍ରଛାତ୍ରୀଙ୍କୁ ମଧ୍ୟାହ୍ନଭୋଜନ ବନ୍ଦ କରିଦିଆଯାଇଥିଲା।

ତେବେ ଝିଟିପିଟି ପଡ଼ିଥିବା ଡାଲମା ଖାଇ ୧୫ ଛାତ୍ରଛାତ୍ରୀ ଅସୁସ୍ଥ ଅନୁଭବ କରିବାରୁ ସେମାନଙ୍କୁ ଭଦ୍ରକ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ଖାଦ୍ୟରେ ଝିଟିପିଟି ପଡ଼ିବାରୁ ବିଷକ୍ରିୟାଜନିତ ଅସୁସ୍ଥ ହୋଇଥିବା ସନ୍ଦେହ କରାଯାଉଛି। ଚିକିତ୍ସା ପରେ ଛାତ୍ରଛାତ୍ରୀମାନେ ସୁସ୍ଥ ଥିବା ଜଣାପଡ଼ିଛି। ଅସୁସ୍ଥ ହୋଇଥିବା ଛାତ୍ରଛାତ୍ରୀ ପ୍ରଥମରୁ ପଞ୍ଚମ ଶ୍ରେଣୀର ହୋଇଥିବା ଜଣାପଡ଼ିଛି।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.