ଖୋର୍ଦ୍ଧାରେ ପୁଣି ୧୯ କରୋନା ଆକ୍ରାନ୍ତ  ଚିହ୍ନଟ, ଟ୍ୱିଟ୍‌ କରି ସୂଚନା ଦେଲା ଜିଲ୍ଲାପାଳ ଅଫିସ।

କେନ୍ୟୁଜ୍ (ବ୍ୟୁରୋ): ଖୋର୍ଦ୍ଧାରେ ପୁଣି ୧୯ କରୋନା ଆକ୍ରାନ୍ତ  ଚିହ୍ନଟ । କିଛି ସମୟ ପୂର୍ବରୁ ୨ ଜଣ ସୁସ୍ଥ ହୋଇ ଡିସ୍‌ଚାର୍ଜ ହୋଇଛନ୍ତି। ଟ୍ୱିଟ୍‌ କରି ସୂଚନା ଦେଲା ଜିଲ୍ଲାପାଳ ଅଫିସ । ସେହିଭଳି  ଆଜି ରାଜ୍ୟରେ ଆଉ ୧୪୩ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୨୩୮୮ କୁ ବୃଦ୍ଧି । ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏନେଇ ସୂଚନା । ତେବେ ଏହି ନୂଆ ଆକ୍ରାନ୍ତଙ୍କ ଭିତରୁ ୧୪୩ ଜଣ ସଂଗରୋଧ କେନ୍ଦ୍ର ଥିବାବେଳେ ୧୧ଜଣ ସ୍ଥାନୀୟ ବାସିନ୍ଦା । ବର୍ତ୍ତମାନ ରାଜ୍ୟରେ ଆକ୍ଟିଭ୍‌ କେସ୍‌ ୧୦୫୪ ରହିଥିବାବେଳେ ୧୩୨୫ ଜଣ କରୋନାରୁ ସୁସ୍ଥ ହୋଇ ଘରକୁ ଫେରିସାରିଲେଣି । ଅନ୍ଯପଟେ ରାଜ୍ୟରେ ଏହି ମହାମାରୀ ୭ ଜଣଙ୍କର ପ୍ରାଣ ନେଇଛି ।

ସେହିଭଳି ରାଜ୍ୟ ପାଇଁ ଖୁସି ଖବର ଆଉ ୯୧ ଜଣ କରୋନା ଆକ୍ରାନ୍ତ ସୁସ୍ଥ । ଦେବଗଡରୁ ୨୨, ପୁରୀରୁ ୧୬, ନୟାଗଡ୧୫ ଏବଂ ବଲାଙ୍ଗିରରୁ ୯ ଜଣ ସୁସ୍ଥ ହୋଇଛନ୍ତି । ସେହିପରି ଅନୁଗୋଳ ଏବଂ ବାଲେଶ୍ୱରରୁ ୫ ଲେଖାଏ, ଭଦ୍ରକ ଓ ସୁନ୍ଦରଗଡରୁ ୩ ଜଣ ଲେଖାଏ ଆରୋଗ୍ୟ ଲାଭ କରିଛନ୍ତି । କଟକ, ଗଞ୍ଜାମ, ଖୋର୍ଦ୍ଧା, କଳାହାଣ୍ଡି ଏବଂ ବରଗଡରୁ ଦୁଇ ଲେଖାଏ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.