ରାଜ୍ୟରେ ଆଜି ଆଉ ୧୯୧୩ କରୋନା ପଜିଟିଭ୍‌ ଚିହ୍ନଟ, ଗଲା ୧୫ଜଣଙ୍କ ଜୀବନ

ଭୁବନେଶ୍ବର: ରାଜ୍ୟରେ ଆଉ ୧୯୧୩ କରୋନା ପଜିଟିଭ୍‌ ଚିହ୍ନଟ । କ୍ୱାରେଣ୍ଟାଇନ୍‌ରୁ ୧୧୦୯, ଲୋକଲ କଣ୍ଟାକ୍ଟ କେସ୍‌ ୮୦୪ । ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୨୫୪ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। କଟକରୁ ୧୫୦ ଓ ଅନୁଗୁଳରୁ ୧୦୬ ପଜିଟିଭ ଚିହ୍ନଟ ହୋଇଛନ୍ତି। ସେହିପରି ଜଗତସିଂହପୁରରୁ ୯୯, ସୁନ୍ଦରଗଡରୁ ୯୯, ମୟୂରଭଞ୍ଜରୁ ୯୨ ପଜିଟିଭ ଚିହ୍ନଟ ହୋଇଛନ୍ତି। କଳାହାଣ୍ଡିରୁ ୮୨, କେନ୍ଦୁଝରରୁ ୭୪, ଯାଜପୁରରୁ ୭୨ ପଜିଟିଭ ଚିହ୍ନଟ ହୋଇଛନ୍ତି। ରାଜ୍ୟରେ ମୋଟ ପଜିଟିଭ୍‌ ୨,୭୬,୦୯୪ କୁ ବୃଦ୍ଧି ପାଇଛି। ଚିକିତ୍ସିତ ହେଉଛନ୍ତି ୧୯ ହଜାର ୯୩୨ ଓ ସୁସ୍ଥ ହୋଇଛନ୍ତି ୨ଲକ୍ଷ ୫୪ହଜାର ୯୧୩ଜଣ ।

ରାଜ୍ୟରେ କରୋନାରେ ଆଉ ୧୫ ମୃତ । ଅନୁଗୁଳ ଓ ମୟୂରଭଞ୍ଜରୁ ୩ ଜଣ ଲେଖାଏଁ ଆକ୍ରାନ୍ତ ମୃତ୍ୟୁ ହୋଇଛି । ଢେଙ୍କାନାଳ, ଖୋର୍ଦ୍ଧା ଓ ସୁବର୍ଣ୍ଣପୁରରୁ ୨ ଲେଖାଏଁ ମୃତ । ସୁନ୍ଦରଗଡ଼, ପୁରୀ ଓ କଟକରୁ ଜଣେ ଲେଖାଏଁ ମୃତ । ରାଜ୍ୟରେ କରୋନାଜନିତ ମୃତ୍ୟୁସଂଖ୍ୟା ୧୧୯୬କୁ ବୃଦ୍ଧି ପାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.