ବଜ୍ରକାପ୍ତା ମାଂସ ସହ ୧୬ଟି ବାଘନଖ ଜବତ, ୨ ଗିରଫ

ବଜ୍ରକାପ୍ତା ମାଂସ ସହ ୧୬ଟି ବାଘନଖ ଜବତ । ମାମଲାରେ ୨ ଗିରଫ । ନୟାଗଡ଼ ଜିଲ୍ଲା ଦଶପଲ୍ଲା ରେଞ୍ଜ ବାଣୀଗୋଛା ସେକ୍ସନ ଅନ୍ତର୍ଗତ କୁରୁମୀ ଗ୍ରାମର ବନବିଭାଗ ଚଢାଉ କରି ୨ଅଭିଯୁକ୍ତଙ୍କୁ ଗିରଫ କରିଛି ।

ଦଶପଲ୍ଲା (କେନ୍ୟୁଜ): ବଜ୍ରକାପ୍ତା ମାଂସ ସହ ୧୬ଟି ବାଘନଖ ଜବତ । ମାମଲାରେ ୨ ଗିରଫ । ନୟାଗଡ଼ ଜିଲ୍ଲା ଦଶପଲ୍ଲା ରେଞ୍ଜ ବାଣୀଗୋଛା ସେକ୍ସନ ଅନ୍ତର୍ଗତ କୁରୁମୀ ଗ୍ରାମର ବନବିଭାଗ ଚଢାଉ କରି ୨ଅଭିଯୁକ୍ତଙ୍କୁ ଗିରଫ କରିଛି ।

ସେମାନଙ୍କ ନିକଟରୁ ବଜ୍ରକାପ୍ତା ମାଂସ, ୧୬ ପିସ୍ ବାଘ ନଖ , ଗୋଟିଏ ଦେଶୀ ବନ୍ଧୁକ, ୨ଟି ଧନୁ ଓ ୨ଟି ତୀର, ଛୁରୀ, ଟାଙ୍ଗିଆ ଆଦି ଜବତ କରାଯାଇଛି । ଗିରଫ ଅଭିଯୁକ୍ତ ହେଲେ କୁରୁମୀର ପ୍ରହ୍ଲାଦ କହଁର ଏବଂ ଭୋଳେଶ୍ୱର କହଁର । ଉଭୟଙ୍କୁ ଗିରଫ ପରେ କୋର୍ଟଚାଲାଣ କରାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.