ପୁଞ୍ଚ ସେକ୍ଟରରେ ସେନା ଗାଡ଼ି ଉପରେ ଆତଙ୍କୀ ହମଲା, ଚାଲିଛି ସର୍ଚ୍ଚ ଅପରେସନ

ପୁଣି ଜମ୍ମୁକଶ୍ମୀରରେ ସେନା ଗାଡି ଉପରେ ଆତଙ୍କବାଦୀ ଆକ୍ରମଣ । ଶୁକ୍ରବାର ପୁଞ୍ଚ ଜିଲ୍ଲାର କ୍ରିଷ୍ଣା ଘାଟି ନିକଟରେ ସେନା ଗାଡି ଉପରେ କିଛି ସନ୍ଦିଗ୍ଧ ଆତଙ୍କବାଦୀ ଆକ୍ରମଣ କରିଥିଲେ। ଏହି ଘଟଣାରେ କେହି ମୃତାହତ ହୋଇନାହାନ୍ତି । ଆତଙ୍କବାଦୀ ଆକ୍ରମଣ ପରେ ସେନା ପକ୍ଷରୁ ସର୍ଚ୍ଚ ଅପରେସନକୁ ଜୋରଦାର କରାଯାଇଛି ।

ନୂଆଦିଲ୍ଲୀ : ପୁଣି ଜମ୍ମୁକଶ୍ମୀରରେ ସେନା ଗାଡି ଉପରେ ଆତଙ୍କବାଦୀ ଆକ୍ରମଣ । ଶୁକ୍ରବାର ପୁଞ୍ଚ ଜିଲ୍ଲାର କ୍ରିଷ୍ଣା ଘାଟି ନିକଟରେ ସେନା ଗାଡି ଉପରେ କିଛି ସନ୍ଦିଗ୍ଧ ଆତଙ୍କବାଦୀ ଆକ୍ରମଣ କରିଥିଲେ। ସେନା ପକ୍ଷରୁ ଏହାର ପାଲଟା ଜବାବ ଦିଆଯାଇଥିଲା । ଏହି ଘଟଣାରେ କେହି ମୃତାହତ ହୋଇନାହାନ୍ତି । ଆତଙ୍କବାଦୀ ଆକ୍ରମଣ ପରେ ସେନା ପକ୍ଷରୁ ସର୍ଚ୍ଚ ଅପରେସନକୁ ଜୋରଦାର କରାଯାଇଛି । ଗତ ତିନି ସପ୍ତାହ ମଧ୍ୟରେ ପୁଞ୍ଚରେ ଏହା ସେନା ଉପରେ ଆତଙ୍କବାଦୀଙ୍କ ଦ୍ବିତୀୟ ଆକ୍ରମଣ ।

ଗତ ଡିସେମ୍ବର ୨୧ ତାରିଖରେ ଆତଙ୍କବାଦୀମାନେ ପୁଞ୍ଚରେ ସେନା ଗାଡି ଉପରେ ଆକ୍ରମଣ କରିଥିଲେ । ଏହି ଆକ୍ରମଣରେ ୪ ଯବାନଙ୍କ ମୃତ୍ୟୁ ହେବା ସହ ୨ ଆହତ ହୋଇଥିଲେ । ଏହି ଆକ୍ରମଣ ପାଇଁ ପିପୁଲ୍ସ ଆଣ୍ଟି ଫାସିଷ୍ଟ ଫ୍ରଣ୍ଟ ବା ପିଏଏଫଏଫ ନିଜକୁ ଦାୟୀ କରିଥିଲେ । ଆମେରିକା ନିର୍ମିତ ଅତ୍ୟାଧୁନିକ ଏମ-4 କାର୍ବାଇନ ଆସଲ୍ଟ ରାଇଫଲରେ ଆତଙ୍କବାଦୀମାନେ ଏହି ଆକ୍ରମଣ କରିଥିବା ଜଣାପଡିଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.