ବାଲେଶ୍ବର ଗସ୍ତରେ ରେଳ ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ, ବହୁ ପ୍ରତୀକ୍ଷିତ ନୀଳଗିରି ଗୋପୀନାଥପୁର ଷ୍ଟେସନର କରିବେ ଲୋକାର୍ପଣ

ଦୁଇ ଦିନିଆ ବାଲେଶ୍ବର ଗସ୍ତରେ ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ । ଆଜି ବହୁ ପ୍ରତୀକ୍ଷିତ ନୀଳଗିରି ଗୋପୀନାଥପୁର ଷ୍ଟେସନର ଲୋକାର୍ପଣ କରିବେ । ନୀଳଗିରି କୁ ପ୍ରଥମ ଥର ପାଇଁ ଗଡିବ ଯାତ୍ରୀବାହୀ ଟ୍ରେନ୍ । ଆଜି ଦିନ ୯ ଟାରେ ରେମୁଣାର କ୍ଷୀରଚୋରା ଗୋପୀନାଥ ମନ୍ଦିରରେ ଦର୍ଶନ କରିବେ ।

ବାଲେଶ୍ବର (କେନ୍ୟୁଜ): ଦୁଇ ଦିନିଆ ବାଲେଶ୍ବର ଗସ୍ତରେ ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ । ଆଜି ବହୁ ପ୍ରତୀକ୍ଷିତ ନୀଳଗିରି ଗୋପୀନାଥପୁର ଷ୍ଟେସନର ଲୋକାର୍ପଣ କରିବେ । ନୀଳଗିରି କୁ ପ୍ରଥମ ଥର ପାଇଁ ଗଡିବ ଯାତ୍ରୀବାହୀ ଟ୍ରେନ୍ । କେନ୍ଦ୍ର ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ସହ ବାଲେଶ୍ଵର ସାଂସଦ ପ୍ରତାପ ଷଡଙ୍ଗୀ ମଧ୍ୟ ଲୋକାର୍ପଣ ଉତ୍ସବରେ ଉପସ୍ଥିତ ରହିବେ । ଗତକାଲି ବିଳମ୍ବିତ ରାତିରେ ହାୱଡାରୁ ଟ୍ରେନ ଯୋଗେ ଆସି ସେ ବାଲେଶ୍ଵରରେ ପହଞ୍ଚିଛନ୍ତି। ଆଜି ଦିନ ୯ ଟାରେ ରେମୁଣାର କ୍ଷୀରଚୋରା ଗୋପୀନାଥ ମନ୍ଦିରରେ ଦର୍ଶନ କରିବେ ।

ପରେ ପରେ ରେମୁଣା ହନୁମାନ କଲ୍ୟାଣ ମଣ୍ଡପରେ ବିକଶିତ ଭାରତ ସଂକଳ୍ପ ଯାତ୍ରାରେ ସାମିଲ ହେବେ କେନ୍ଦ୍ରମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ । ଅପରାହଣରେ ଗୋପୀନାଥପୁର ରେଳ ଷ୍ଟେସନରେ ସାଧାରଣ ସଭା ଓ ରେଳ ଚଳାଚଳର ଶୁଭାରମ୍ଭର କାର୍ଯ୍ୟକ୍ରମ ରହିଛି। ପରେ ନୀଳଗିରି ଜଗନ୍ନାଥ ମନ୍ଦିର ଦର୍ଶନ ସହ ପ୍ରସାଦ ସେବନ କରିବେ । ଏହାପରେ ମୟୂରଭଞ୍ଜର ବଡ଼ସାହି ନିର୍ବାଚନ ମଣ୍ଡଳୀରେ ଉଦଘାଟନ ଓ ଶିଳାନ୍ୟାସ କାର୍ଯ୍ଯକ୍ରମରେ ଯୋଗଦାନ କରିବେ କେନ୍ଦ୍ରମନ୍ତ୍ରୀ । ଅଶ୍ବିନୀ ବୈଷ୍ଣବଙ୍କ ଗସ୍ତକୁ ନେଇ ଚଳଚଞ୍ଚଳ ହୋଇପଡ଼ିଛି ଜିଲ୍ଲା ବିଜେପି । ଆଗକୁ ସାଧାରଣ ନିର୍ବାଚନ ଥିବା ବେଳେ ତାଙ୍କର ଏହି ଗସ୍ତ ବେଶ୍ ଗୁରୁତ୍ଵ ବହନ କରୁଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.