ରେଙ୍ଗାଳି ଡ୍ୟାମର ବାମ କେନାଲରୁ ୨ଟି ମୃତଦେହ ଉଦ୍ଧାର

ଢେଙ୍କାନାଳ(କେନ୍ୟୁଜ୍) : ରେଙ୍ଗାଳି ଡ୍ୟାମ୍ରୁ ମୃତଦେହ ଉଦ୍ଧାର। ଢେଙ୍କାନାଳ ଜିଲ୍ଲା ସଦର ଥାନା ପଦ୍ମପୁର ନିକଟରେ ରେଙ୍ଗାଳି ଡ୍ୟାମର ବାମ କେନାଲରୁ ୨ଟି ମୃତଦେହ ଉଦ୍ଧାର କରାଯାଇଛି। ଆଜି ସକାଳେ କେନାଲ ବନ୍ଧ ଉପରେ ଏକ ବାଇକ ଭାଙ୍ଗି ପଡିଥିବା ଦେଖି ସ୍ଥାନୀୟଲୋକେ ପୋଲିସକୁ ଖବର ଦେଇଥିଲେ। ପୋଲିସ ଘଟଣାସ୍ଥଳରେ ପହଞ୍ଚି ଡ୍ୟାମରୁ ମୃତଦେହ ଉଦ୍ଧାର କରିଥିଲା। ବ୍ରିଜ ନିର୍ମାଣ ପାଇଁ ଦୀର୍ଘ ଦିନ ଧରି ରାସ୍ତା ଖୋଳାଯାଇଥିଛି। ଏହାର ଚାରିପଟେ ଘେରାଯାଇଥିବା ବାଉଁଶର ବ୍ୟାରିକେଡ୍ ସବୁ ଭାଙ୍ଗିରୁଜି ନଷ୍ଟ ହୋଇଯାଇଛି। ତେଣୁ ଗତକାଲି ରାତିରେ ଯୁବକ ଦୁଇ ଜଣ ବାଇକ୍ରେ ଯାଉଥିବାବେଳେ ଭୁଲବଶତଃ କେନାଲ ଭିତରେ ଖସିପଡି ମୃତ୍ୟୁ ହୋଇଥିଲା। ଏଥିପାଇଁ ବିଭାଗୀୟ ଅଧିକାରୀ ଓ ଠିକାଦାରଙ୍କୁ ଦାୟୀ କରିଛନ୍ତି ସ୍ଥାନୀୟଲୋକେ। ମୃତକଙ୍କ ପରିବାରକୁ ଶୀଘ୍ର କ୍ଷତିପୂରଣ ଦେବାକୁ ଦାବି କରାଯାଇଛି।