ତାଣ୍ଡବ ରଚିଲା କାଳବୈଶାଖୀ: ଡ୍ୟାମରେ ଓଲଟିଲା ଦେଶୀ ଡଙ୍ଗା: ୨ ମତ୍ସ୍ୟଜୀବୀ ନିଖୋଜ

ଭାରସାମ୍ୟ ହରାଇ ମାଲକାନଗିରି ସତୀଗୁଡ଼ା ଡ୍ୟାମରେ ଓଲଟିଲା ଦେଶୀ ଡଙ୍ଗା । ୨ ଜଣ ମତ୍ସ୍ୟଜୀବୀ ନିଖୋଜ ଅଛନ୍ତି । ମାଛ ଧରିବାକୁ ଯାଇଥିବା ବେଳେ ପ୍ରବଳ ବର୍ଷା ପବନରେ ଭାରସାମ୍ୟ ହରାଇ ଓଲଟି ପଡିଥିଲା ଦେଶୀ ଡଙ୍ଗା । ଘଟଣାସ୍ଥଳରେ ଜାରି ରହିଛି ଉଦ୍ଧାର କାର୍ଯ୍ୟ ।

ମାଲକାନଗିରି (କେନ୍ୟୁଜ): ତାଣ୍ଡବ ରଚିଲା କାଳବୈଶାଖୀ । ଭାରସାମ୍ୟ ହରାଇ ମାଲକାନଗିରି ସତୀଗୁଡ଼ା ଡ୍ୟାମରେ ଓଲଟିଲା ଦେଶୀ ଡଙ୍ଗା । ୨ ଜଣ ମତ୍ସ୍ୟଜୀବୀ ନିଖୋଜ ଅଛନ୍ତି । ଗତକାଲିଠାରୁ ସେମାନଙ୍କୁ କୌଣସି ପତ୍ତା ମିଳୁନି । ମାଛ ଧରିବାକୁ ଯାଇଥିବା ବେଳେ ପ୍ରବଳ ବର୍ଷା ପବନରେ ଭାରସାମ୍ୟ ହରାଇ ଓଲଟି ପଡିଥିଲା ଦେଶୀ ଡଙ୍ଗା । ଘଟଣାସ୍ଥଳରେ ଜାରି ରହିଛି ଉଦ୍ଧାର କାର୍ଯ୍ୟ । ଉଦ୍ଧାର କାର୍ଯ୍ୟରେ ନିୟୋଜିତ ଅଛନ୍ତି ୨୫ ଜଣିଆ ଓଡ୍ରାଫ୍‌ ଟିମ୍‌ । ସ୍ୱତନ୍ତ୍ର ରିଲିଫ କମିଶନରଙ୍କ ନିର୍ଦ୍ଦେଶ ପରେ କୋରାପୁଟରୁ ଓଡ୍ରାଫ୍‌ ୟୁନିଟ୍‌ ମାଲକାନଗିରି ଆସି ଉଦ୍ଧାର କାମରେ ନିୟୋଜିତ ହୋଇଛି ।

ସେହିପରି ଗତକାଲି କାଳବୈଶାଖୀ ଜନିତ ପବନରେ ବଡ଼ ବଡ଼ ଗଛ ଭାଙ୍ଗିବା ସହ ଘର ଛପର ଉଡ଼ି ଯାଇଥିଲା । ନବନିର୍ମିତ ଏୟାରଷ୍ଟ୍ରିପ ବାଉଣ୍ଡ୍ରି କାନ୍ଥ ଭୁଶୁଡିଥିଲା । ଏଥିରେ ଦୁଇ ଗୁରୁତରଙ୍କର ମୃତ୍ୟୁ ହୋଇଛି । ସେହିପରି ଜିଲ୍ଲା କଂଗ୍ରେସ ଭବନ ଓ ଆହାର କେନ୍ଦ୍ରର ଉଡିଯାଇଥିଲା ଛାତ । ମାଲକାନଗିରି ସହରରେ ମାତ୍ର ୧୦ ମିନିଟରେ ବ୍ୟାପକ ତାଣ୍ଡବ ରଚିଥିଲା କାଳବୈଶାଖୀ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.