ଅଜଣା ରୋଗରେ ନେଉଛି ଜୀବନ: ମାଲକାନଗିରି କୋଲାଗଣ୍ଡା ଆଶ୍ରମ ବିଦ୍ୟାଳୟରେ ୩ ଦିନରେ ୨ ଛାତ୍ରଙ୍କ ମୃତ୍ୟୁ

ମାଲକାନଗିରି(କେନ୍ୟୁଜ୍): ଅଜଣା ରୋଗରେ ୨ ଛାତ୍ର ମୃତ । ମାଲକାନଗିରି ଜିଲ୍ଲା ପଡିଆ ବ୍ଲକ କୋଲାଗଣ୍ଡା ଆଶ୍ରମ ବିଦ୍ୟାଳୟରେ ୩ ଦିନରେ ୨ ଛାତ୍ରଙ୍କ ମୃତ୍ୟୁ ହୋଇଛି । ଏଥିସହ ୧୨ଜଣ ଗୁରୁତର ହୋଇଥିଲେ । ସମସ୍ତ ଗୁରୁତର ଛାତ୍ରଛାତ୍ରୀଙ୍କୁ ମାଲକାନଗିରି ଜିଲ୍ଲା ମୁଖ୍ୟଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି ।

ଚିକିତ୍ସାଧୀନ ଅବସ୍ଥାରେ ଜଣେ ସପ୍ତମ ଶ୍ରେଣୀ ଓ ଅନ୍ୟ ଜଣେ ଅଷ୍ଟମ ଶ୍ରେଣୀ ଛାତ୍ରଙ୍କ ମୃତ୍ୟୁ ହୋଇଛି । ୨ ଛାତ୍ରଙ୍କ ଗୋଡ ହାତ ଫୁଲି ମୃତ୍ୟୁ ହୋଇଥିବା ସୂଚନା ଦେଇଛନ୍ତି ଜିଲ୍ଲା ମଙ୍ଗଳ ଅଧିକାରୀ । ବିଦ୍ୟାଳୟ କର୍ତ୍ତୃପକ୍ଷ ଚିକିତ୍ସାରେ ଅବହେଳା କରିଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.