Below header

ଆସନ୍ତାକାଲି ପଶ୍ଚିମ ଓଡ଼ିଶାର କୃଷିଭିତ୍ତିକ ଗଣପର୍ବ ନୂଆଁଖାଇ

କେନ୍ୟୁଜ୍: ଆସନ୍ତାକାଲି ପଶ୍ଚିମ ଓଡ଼ିଶାର କୃଷିଭିତ୍ତିକ ଗଣପର୍ବ ନୂଆଁଖାଇ । ଏଥିପାଇଁ ଚଳଚଞ୍ଚଳ ସାରା ପଶ୍ଚିମ ଓଡ଼ିଶା । ଘରେ ଘରେ ଉତ୍ସାହର ମାହୋଲ ଜମିଲାଣି । ଦୂରଦୂରାନ୍ତରୁ ପରିବାର ସଦସ୍ୟ ଘରକୁ ଆସିଲେଣି । ନୂଆଁଖାଇ ପ୍ରସ୍ତୁତିରେ ଲାଗିଛନ୍ତି ସମସ୍ତେ । ବର୍ଷର ପ୍ରଥମ ଉତ୍ପାଦିତ ଶସ୍ୟ ଇଷ୍ଟଦେବୀଙ୍କ ଠାରେ ଅର୍ପଣ କରିବାର ପର୍ବ ହେଉଛି କୃଷି ଭିତ୍ତିକ ଗଣପର୍ବ ନୂଆଁଖାଇ ।

ପଶ୍ଚିମ ଓଡ଼ିଶାର ଅଧିଷ୍ଠାତ୍ରୀ ଦେବୀ ମାଆ ସମଲେଶ୍ୱରୀଙ୍କଠାରେ କାଲି ନବାନ୍ନ ଲାଗି ହେବ । ଚାଷୀ ତାର ଉତ୍ପାଦିତ ପହିଲି ଶସ୍ୟକୁ ନିଜର ଜମିରେ ପୂଜା କଲା ପରେ ଇଷ୍ଟଦେବୀଙ୍କୁ ଅର୍ପଣ କରି ନବାନ୍ନ ଗ୍ରହଣ କରିଥାନ୍ତି । ନୂଆଁ ଖାଇବା ପରେ ଭେଟଘୋଟ ହୋଇଥାଏ । ଗୁରୁଜନମାନଙ୍କୁ ସମସ୍ତେ ଜୁହାର କରିବାର ପରମ୍ପରା ରହିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.