ମହଙ୍ଗା ପଡ଼ିଲା ନିଶା ବେପାର: ସୁନ୍ଦର ଚେହେରା ଦେଖାଇ ଧଳାଜହର ବିକୁଥିଲେ ୨ ଯୁବତୀ

୨ ମହିଳା ବ୍ରାଉନସୁଗର ବେପାରୀ ଗିରଫ । ୨ ମହିଳାଙ୍କୁ ଗିରଫ କରିଛି କମିଶନରେଟ୍ ପୋଲିସର ସ୍ପେଶାଲ କ୍ରାଇମ୍ ୟୁନିଟ । ଉଭୟଙ୍କ ଠାରୁ ୨୬ ଲକ୍ଷ ଟଙ୍କାରୁ ଅଧିକ ବ୍ରାଉନସୁଗର ଜବତ କରିଛି ପୋଲିସ । ତା ସହ ଲାପଟପ୍ ଓ ମୋବାଇଲ ଜବତ କରାଯାଇଛି।

ଭୁବନେଶ୍ୱର (କେନ୍ୟୁଜ): ୨ ମହିଳା ବ୍ରାଉନସୁଗର ବେପାରୀ ଗିରଫ । ୨ ମହିଳାଙ୍କୁ ଗିରଫ କରିଛି କମିଶନରେଟ୍ ପୋଲିସର ସ୍ପେଶାଲ କ୍ରାଇମ୍ ୟୁନିଟ । ଗିରଫ ୨ ମହିଳା ହେଲେ କୋଣାର୍କ ଅଞ୍ଚଳର ୨୩ ବର୍ଷୀୟ ପ୍ରଜ୍ଞା ପ୍ରିୟା ସ୍ୱାଇଁ ଓ ବାଲେଶ୍ଵର ବସ୍ତା ଅଞ୍ଚଳର ୩୦ ବର୍ଷୀୟ କରିଶ୍ମା ରାଉତ । ଉଭୟଙ୍କ ଠାରୁ ୨୬ ଲକ୍ଷ ଟଙ୍କାରୁ ଅଧିକ ବ୍ରାଉନସୁଗର ଜବତ କରିଛି ପୋଲିସ । ତା ସହ ଲାପଟପ୍ ଓ ମୋବାଇଲ ଜବତ କରାଯାଇଛି। ଧଳାଜହାର ବିକୁଥିଲେ ୨ ସୁନ୍ଦରୀ ମହିଳା ।

ସୁନ୍ଦର ଚେହେରା ଦେଖାଇ ଗ୍ରାହକଙ୍କୁ କରୁଥିଲେ ଆକର୍ଷିତ । ଭୁବନେଶ୍ବରରେ ଘରଭଡା ନେଇ ରହୁଥିଲା ବେଳେ ଧଳା ଜହର ବେପାର ଚଳାଇଥିଲେ । କଂପ୍ୟୁଟର ଆପ୍ଲିକେସନରେ ପିଜି କରିଛନ୍ତି ଯୁବତୀ । ଆଉ ଘରୋଇ କମ୍ପାନୀରେ ଚାକିରି କରିଥିବା ଉଚ୍ଚ ଶିକ୍ଷିତା ମହିଳା। ଏକ ବର୍ଷ ଧରି ଘର ଭଡ଼ା ନେଇ ରହୁଥିଲେ ଖଣ୍ଡଗିରି ଥାନା ଯଦୁପୁର ଅଂଚଳରେ । ଏଥିରେ କିଙ୍ଗ ପିନକୁ ଠାବ କରାଯାଇଛି । ଏହି କିଙ୍ଗ ପିନ ଭୁବନେଶ୍ୱର ରରେ ରହି ଖୁବ୍ ଶିଘ୍ର ତାଙ୍କୁ ଗିରଫ କରାଯିବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.