ବେଙ୍ଗାଲୁରୁ କାଫେ ବିସ୍ଫୋରଣ ମାମଲା: ଦୁଇ ସନ୍ଦିଗ୍ଧଙ୍କ ଅସଲି ଫଟୋ ଜାରି; ଜଣାପଡ଼ିଲା ନାମ ଓ ଠିକଣା

କର୍ଣ୍ଣାଟକ ରାଜଧାନୀ ବେଙ୍ଗାଲୁରୁର ରମେଶ୍ୱରମ୍ କାଫେ ବିସ୍ଫୋରଣ ମାମଲାରେ ଦୁଇ ସନ୍ଦିଗ୍ଧଙ୍କ ଅସଲି ଫଟୋ ଜାରି ହୋଇଛି । ସେମାନଙ୍କୁ ଚିହ୍ନଟ ମଧ୍ୟ କରାଯାଇଛି ।

କର୍ଣ୍ଣାଟକ ରାଜଧାନୀ ବେଙ୍ଗାଲୁରୁର ରମେଶ୍ୱରମ୍ କାଫେ ବିସ୍ଫୋରଣ ମାମଲାରେ ଦୁଇ ସନ୍ଦିଗ୍ଧଙ୍କ ଅସଲି ଫଟୋ ଜାରି ହୋଇଛି । ସେମାନଙ୍କୁ ଚିହ୍ନଟ ମଧ୍ୟ କରାଯାଇଛି । ଉଭୟ ଶିବମୋଗାର ଆଇଏସ୍‌ଆଇଏସ୍‌ ମଡ୍ୟୁଲ୍ ସହିତ ଜଡିତ ଥିବା ଜଣାପଡ଼ିଛି । ପୂର୍ବରୁ ବି ଏକ ମାମଲାରେ ସେମାନେ ଜଡିତ ଥିଲେ ।

ମୁଖ୍ୟ ସନ୍ଦିଗ୍ଧ ହେଉଛନ୍ତି ମୁସାଭିର ହୁସେନ୍ ଶାଜିବ, ଯିଏକି କର୍ଣ୍ଣାଟକର ଶିବମୋଗା ଜିଲ୍ଲା ଅନ୍ତର୍ଗତ ତୀର୍ଥହଲିର ବାସିନ୍ଦା । ଦ୍ୱିତୀୟ ସନ୍ଦିଗ୍ଧ ହେଲେ ଅବଦୁଲ ମାଥେରନ୍ ତାହା । ସେ ମଧ୍ୟ ତୀର୍ଥହଲିର ବାସିନ୍ଦା ।

ଏନ୍‌ଆଇଏ ସୂତ୍ରରୁ ଜଣାପଡ଼ିଛି ଯେ ବିସ୍ଫୋରଣ ପୂର୍ବରୁ ଦୁଇ ଜଣ ଚେନ୍ନାଇର ଟ୍ରିପଲିକେନ୍‌ରେ ଏକ ଲଜ୍‌ରେ ରହିଥିଲେ ଏବଂ ବିସ୍ଫୋରଣ ପରେ ପୁଣି ଚେନ୍ନାଇ ଫେରି ଯାଇଥିଲେ । ସନ୍ଦିଗ୍ଧମାନଙ୍କ ଶେଷ ଠିକଣା ଆନ୍ଧ୍ର ପ୍ରଦେଶର ନେଲୋର୍‌ ବୋଲି ଜଣାପଡ଼ିଛି, ଯାହାର ସୀମା ତାମିଲନାଡ଼ୁ ସଂଲଗ୍ନ ରହିଛି ।

ଏନ୍‌ଆଇଏ ପୂର୍ବରୁ ହିଁ ପ୍ରଥମ ସନ୍ଦିଗ୍ଧଙ୍କ ପାଇଁ ପୁରସ୍କାର ରାଶି ଘୋଷଣା କରିଛି । ତାଙ୍କ ବିଷୟରେ ସୂଚନା ଦେଲେ ୧୦ ଲକ୍ଷ ଟଙ୍କା ପୁରସ୍କାର ରାଶି ମିଳିବ ବୋଲି ଘୋଷଣା ହୋଇଥିଲା ।

କହି ରଖୁଛୁ ଯେ ମାର୍ଚ୍ଚ ୧ରେ ପୂର୍ବ ବେଙ୍ଗାଲୁରୁର ବ୍ରୁକ୍‌ଫିଲ୍ଡ ଅଞ୍ଚଳରେ ଥିବା ରାମେଶ୍ୱରମ୍‌ କାଫେରେ ବିସ୍ଫୋରଣ ଘଟିଥିଲା । ଏହି ବିସ୍ଫୋରଣରେ ୧୦ ଜଣ ଆହତ ହୋଇଥିଲେ । ସନ୍ଦେହ କରାଯାଉଛି, IED ଜରିଆରେ ଏହି ବିସ୍ଫୋରଣ କରାଯାଇଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.