ବିଟ୍‌ କଏନ୍‌ ଲୋଭରେ ଫସିଲେ କଟକର ୨ ଯୁବକ, ହରାଇଲେ ୪୩ ଲକ୍ଷ ଟଙ୍କା

ବିଟ୍‌ କଏନ୍‌ କିଣିବା ଲୋଭରେ ଫସିଲେ କଟକର ଦୁଇ ଆଇଟି ପ୍ରଫେସନାଲ୍‌ ଯୁବକ । ଆକାଉଣ୍ଟରୁ ଗାଏବ ହୋଇଗଲା ୪୩ ଲକ୍ଷ ଟଙ୍କା । ଏନେଇ କଟକ କମିସନରେଟ୍‌ ପୋଲିସର ସାଇବର୍‌ ଥାନାରେ ଅଭିଯୋଗ ହୋଇଛି । ପୋଲିସ ଦୁଇଟି ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି । ଠକେଇ ଶିକାର ଯୁବକ ବ୍ୟାଙ୍କରୁ ପର୍ସନାଲ୍‌ ଲୋନ କରି ଏକ ନକଲି ବିଟ୍‌ କଏନ ୱେବସାଇଟ୍‌ରେ ୪୩ ଲକ୍ଷ ଟଙ୍କା ଲଗାଇଥିଲେ ।

କଟକ (କେନ୍ୟୁଜ): ବିଟ୍‌ କଏନ୍‌ କିଣିବା ଲୋଭରେ ଫସିଲେ କଟକର ଦୁଇ ଆଇଟି ପ୍ରଫେସନାଲ୍‌ ଯୁବକ । ଆକାଉଣ୍ଟରୁ ଗାଏବ ହୋଇଗଲା ୪୩ ଲକ୍ଷ ଟଙ୍କା । ଏନେଇ କଟକ କମିସନରେଟ୍‌ ପୋଲିସର ସାଇବର୍‌ ଥାନାରେ ଅଭିଯୋଗ ହୋଇଛି । ପୋଲିସ ଦୁଇଟି ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି । ଠକେଇ ଶିକାର ଯୁବକ ବ୍ୟାଙ୍କରୁ ପର୍ସନାଲ୍‌ ଲୋନ କରି ଏକ ନକଲି ବିଟ୍‌ କଏନ ୱେବସାଇଟ୍‌ରେ ୪୩ ଲକ୍ଷ ଟଙ୍କା ଲଗାଇଥିଲେ । ସିଡିଏ ଓ ପୁରୀଘାଟ ଅଞ୍ଚଳରେ ରହୁଥିବା ଦୁଇ ୨ ଯୁବକଙ୍କୁ ମାସ ତଳେ ଏକ ଅଜଣା ହ୍ଵାଟସଆପ୍‌ ନମ୍ବରରୁ ମେସେଜ୍‌ ଆସିଥିଲା । ଏକ ହୋଟେଲର ରିଭ୍ୟୁ କରିବାକୁ କୁହାଯାଇଥିଲା ।

ଏଥିପାଇଁ ସେମାନଙ୍କୁ ଟଙ୍କା ମିଳିବ ବୋଲି ଲୋଭନୀୟ ପ୍ରତିଶ୍ରୁତି ଦିଆଯାଇଥିଲା । ଏଥିରେ ସେମାନେ ରାଜି ହୋଇଯାଇଥିଲେ । ସେମାନଙ୍କୁ ଟେଲିଗ୍ରାମର ଏକ ଗ୍ରୁପରେ ଯୋଡ଼ି ଦିଆଯାଇଥିଲା । ସେଥିରେ ପ୍ରତି ଟାସ୍କ ପିଛା ଟଙ୍କା ମିଳୁଥିଲା । ପରେ ୨୪ଟି ଟାସ୍କ କରିବାକୁ କୁହାଯାଇଥିଲା। ପ୍ରତି ଟାସ୍କ ପାଇଁ ଅଗ୍ରିମ ଟଙ୍କା ପୈଠ କରିବାକୁ ଏହି ଦୁଇ ଯୁବକଙ୍କୁ କୁହାଯାଇଥିଲା । ଟାସ୍କ ଶେଷ ହେବା ପରେ ଉକ୍ତ ଟଙ୍କା ଆଉ ଫେରସ୍ତ ଆସି ନଥିଲା। ଏହାର କିଛି ଦିନ ପରେ ଉକ୍ତ ଯୁବକ କଟକ ସାଇବର ଥାନାରେ ଅଭିଯୋଗ କରିଛନ୍ତି।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.