Below header

ହିମାଚଳ ପ୍ରଦେଶରେ ଭୂସ୍ଖଳନ, ଘର ଭୁଶୁଡ଼ି ସ୍ୱାମୀ-ସ୍ତ୍ରୀ ଓ ପୁଅର ମୃତ୍ୟୁ

ହିମାଚଳ ପ୍ରଦେଶରେ ଗତ ୨୪ ଘଣ୍ଟା ଧରି ଲଗାଣ ବର୍ଷା ବିପର୍ଯ୍ୟୟ ସୃଷ୍ଟି କରିଛି। ରାଜ୍ୟର ବିଭିନ୍ନ ସ୍ଥାନରେ ଭୂସ୍ଖଳନ ହେତୁ ବହୁ କ୍ଷୟକ୍ଷତି ଘଟିଛି।

ହିମାଚଳ ପ୍ରଦେଶରେ ଗତ ୨୪ ଘଣ୍ଟା ଧରି ଲଗାଣ ବର୍ଷା ବିପର୍ଯ୍ୟୟ ସୃଷ୍ଟି କରିଛି। ରାଜ୍ୟର ବିଭିନ୍ନ ସ୍ଥାନରେ ଭୂସ୍ଖଳନ ହେତୁ ବହୁ କ୍ଷୟକ୍ଷତି ଘଟିଛି। ଶିମଲା ଜିଲ୍ଲାର କୁମାରସେନ୍ ଅଞ୍ଚଳରେ ମାଟି ଅତଡ଼ା ତଳେ ଚାପି ହୋଇ ଜଣେ ଦମ୍ପତିଙ୍କ ସହ ଏକ ବାଳକର ମୃତ୍ୟୁ ଘଟିଛି। ଏଥିରେ ଅନ୍ୟ ଦୁଇଜଣ ଆହତ ହୋଇଛନ୍ତି।

ଏହି ଘଟଣା ଠିୟୋଗ-କୁମାରସେନ ବିଧାନସଭା ନିର୍ବାଚନମଣ୍ଡଳୀର କୋଟଗଡ ଉପ-ତହସିଲ ଅନ୍ତର୍ଗତ ମଧାବନୀ ପଞ୍ଚାୟତର ପାନେୱାଲି ଗ୍ରାମରେ ଘଟିଛି। ପୋଲିସ ସୂତ୍ରରୁ ମିଳିଥିବା ସୂଚନା ମୁତାବକ, ଏଠାରେ ଗତକାଲି ରାତିରେ ହଠାତ୍‌ ଭୂସ୍ଖଳନ ହେତୁ ଏକ ଘର ଭୁଶୁଡ଼ି ପଡ଼ିଥିଲା। ଏହି ଘରେ ଗୋଟିଏ ପରିବାରର ୫ ଜଣ ସଦସ୍ୟ ରହୁଥିଲେ।

ପ୍ରବଳ ବର୍ଷାରେ ଭୁସ୍ଖଳନ ଯୋଗୁ ଘରଟି କ୍ଷତିଗ୍ରସ୍ତ ହୋଇଥିଲା। ଫଳରେ ମାଟି ଅତଡ଼ା ତଳେ ଚାପି ହୋଇ ସ୍ୱାମୀ, ସ୍ତ୍ରୀ ଏବଂ ପୁଅର ମୃତ୍ୟୁ ଘଟିଥିଲା। ୩ ଜଣଙ୍କ ମୃତଦେହକୁ ଉଦ୍ଧାର କରାଯାଇ ବ୍ୟବଚ୍ଛେଦ ପାଇଁ ପଠାଯାଇଛି।

ପରିବାରର ଅନ୍ୟ ଦୁଇ ସଦସ୍ୟ ସାମାନ୍ୟ ଆହତ ହୋଇଛନ୍ତି। ଏହି ଦୁର୍ଘଟଣାରୁ ସେମାନେ ଅଳ୍ପକେ ବର୍ତ୍ତି ଯାଇଛନ୍ତି। ଏହି ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.