କାନାଡ଼ା ଓପନ ଫାଇନାଲରେ ପହଞ୍ଚିଲେ ଲକ୍ଷ ସେନ, ସେମିଫାଇନାଲରେ ହାରିଲେ ପିଭି ସିନ୍ଧୁ

ଲକ୍ଷ ସେନ କାନାଡ଼ା ଓପନ ସୁପର 500 ବ୍ୟାଡମିଣ୍ଟନ ଟୁର୍ଣ୍ଣାମେଣ୍ଟର ଫାଇନାଲରେ ପହଞ୍ଚିଛନ୍ତି । ୨୦୨୧ ବିଶ୍ୱ ଚମ୍ପିଆନସିପରେ ଏହି ୨୧ ବର୍ଷିୟ ଖେଳାଳୀ ବ୍ରୋଞ୍ଜ ପଦକ ଜିତିଥିଲେ । ବର୍ତ୍ତମାନ ଫାଇନାଲରେ ତାଙ୍କର ସାମ୍ନା ଚୀନର ଲି ଶି ଫେଙ୍ଗଙ୍କ ସହ ହେବ । ତାଙ୍କ ବିପକ୍ଷରେ ଲକ୍ଷଙ୍କ ବିଜୟ ରେକର୍ଡ 4-2 ରହିଛି ।

କମନୱେଲଥ୍ ଗେମ୍ସର ଚମ୍ପିଆନ ଲକ୍ଷ ସେନ କାନାଡ଼ା ଓପନ ସୁପର 500 ବ୍ୟାଡମିଣ୍ଟନ ଟୁର୍ଣ୍ଣାମେଣ୍ଟର ଫାଇନାଲରେ ପହଞ୍ଚିଛନ୍ତି । ଅନ୍ୟପଟେ ପିଭି ସିନ୍ଧୁ ସେମିଫାଇନାଲରେ ହାରି ଯାଇଥିବା ସୂଚନା ମିଳିଛି । ଲକ୍ଷ ସେନ ଜାପାନର କେଣ୍ଟା ନିଶିମୋଟୋଙ୍କୁ ଖେଳରେ ପରାସ୍ତ କରି ଫାଇନାଲରେ ପହଞ୍ଚିଛନ୍ତି । ଅକାନେ ୟାମାଗୁଚିଙ୍କ ସହ ସିନ୍ଧୁ ଗେମ୍ସ ଖେଳୁଥିବାବେଳେ ପରାସ୍ତ ହୋଇଛନ୍ତି ।

ଦୁଇଥର ଅଲମ୍ପିକ ପଦକ ଜିତିଥିବା ସିନ୍ଧୁ 14-21 15-21 ରେ ମହିଳା ଏକକ ସେମିଫାଇନାଲରେ ଜାପାନର ଅକାନେ ୟାମାଗୁଚିଙ୍କ ଠାରୁ ପରାସ୍ତ ହୋଇଛନ୍ତି । ଅନ୍ୟପଟେ ଜାପାନର ୧୧ତମ ର‍୍ୟାଙ୍କିଙ୍ଗରେ ଥିବା ଖେଳାଳୀଙ୍କୁ ଲକ୍ଷ ସେନ 21-17 21-14ରେ ପରାସ୍ତ କରି ଦ୍ୱିତୀୟ ସୁପର 500 ଫାଇନାଲରେ ପ୍ରବେଶ କରିଛନ୍ତି । ଗୋଟିଏ ବର୍ଷ ମଧ୍ୟରେ ଏହା ତାଙ୍କର ପ୍ରଥମ BWF ଫାଇନାଲ ହେବ ।

୨୦୨୧ ବିଶ୍ୱ ଚମ୍ପିଆନସିପରେ ଏହି ୨୧ ବର୍ଷିୟ ଖେଳାଳୀ ବ୍ରୋଞ୍ଜ ପଦକ ଜିତିଥିଲେ । ବର୍ତ୍ତମାନ ଫାଇନାଲରେ ତାଙ୍କର ସାମ୍ନା ଚୀନର ଲି ଶି ଫେଙ୍ଗଙ୍କ ସହ ହେବ । ତାଙ୍କ ବିପକ୍ଷରେ ଲକ୍ଷଙ୍କ ବିଜୟ ରେକର୍ଡ 4-2 ରହିଛି । ଗତ ବର୍ଷ ଅଗଷ୍ଟରେ ଲକ୍ଷ କମନୱେଲଥ୍ ଗେମ୍ସରେ ଶେଷ ଫାଇନାଲ ଖେଳିଥିଲେ । ସେ ଏହି ସେମିଫାଇନାଲ ଆରମ୍ଭରେ 0-4 ଥିଲେ କିନ୍ତୁ ସେ କମ ସମୟରେ ହିଁ 8-8 ରଖି ସମାନ ପଏଣ୍ଟ ହାସଲ କରିଥିଲେ । ବ୍ରେକ ପର୍ଯ୍ୟନ୍ତ ନିଶିମୋଟ 11-10 ରେ ଆଗୁଆ ରହିଥିଲେ କିନ୍ତୁ କମ ସମୟରେ ଭାରତୀୟ ଖେଳାଳୀ ଏପରି ରିଟର୍ନ କରିଥିଲେ ଯେ, ନିଜ ପ୍ରତିଦ୍ୱନ୍ଦୀଙ୍କୁ ଲଙ୍ଗ ସଟରେ ହରାଇ ଗେମକୁ ନିଜ ନାଁରେ କରିଥିଲେ ।

ଦ୍ୱିତୀୟ ଗେମରେ ଉଭୟ ପରସ୍ପରକୁ ସମାନ ଭାବେ ଟକ୍କର ଦେଇଥିଲେ କିନ୍ତୁ ନିଶିମୋଟୋ ଙ୍କ ଉପରେ ଲକ୍ଷଙ୍କ କୌଶଳ ଭାରି ପଡ଼ିଥିଲା । ଗୋଟିଏ ସମୟରେ ଉଭୟ2-2 ପରେ 9-9 ର ସମାନ ସ୍କୋର କରିଥିଲେ । ବ୍ରେକ ପର୍ଯ୍ୟନ୍ତ ଲକ୍ଷ ଦୁଇ ପଏଣ୍ଟରେ ଆଗେଇଥିଲେ । ବ୍ରେକ ପରେ ଲକ୍ଷ 19-11 ରେ ଆଗୁଆ ଥିଲେ ଏବଂ ନିଶିମୋଟୋ ପୁଣିଥରେ ନେଟରେ ସଟ ଲଗାଇବା ପରେ ଲକ୍ଷ ଏହି ମ୍ୟାଚ ଜିତିଥିଲେ ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.