ଭଦ୍ରକ ନୂଆଶାସନ ଗାଁ ଓ ଜାନୁଗଞ୍ଜଠାରେ ଭୟାବହ ଅଗ୍ନିକାଣ୍ଡ, ଜଳିଗଲା ୬ଟି ପରିବାରର ୨୦ ବଖରା ଘର

ଭଦ୍ରକ: କରୋନା ଭଳି ମହାମାରୀ ପରିସ୍ଥିତି ଲୋକଙ୍କୁ ହନ୍ତସନ୍ତ କରିସାରିଲାଣି । ଏହା ଭିତରେ ପେଟକୁ ଦୁଇ ମୁଠା ଦାନା ପାଇଁ ସଂଘର୍ଷ କରୁଛି ମଣିଷ । ହୁ ହୁ ଖରାରେ ବି ଦି ପଇସା ରୋଜଗାର ପାଇଁ ଘରୁ ପାଦ କାଢିବାକୁ ବାଧ୍ୟ ହେବାକୁ ପଡୁଛି । ଏହା ଭିତରେ ଯଦି କୌଣସି ଅଘଟଣ ଘଟିବ ତେବେ ଭାଗ୍ଯକୁ ନିନ୍ଦିବାନି ତ ଆଉ କଣ । ତେବେ ଭଦ୍ରକକୁ ଏମିତି ଏକ ଘଟଣା ଘଟିଛି ଯାହା ଅତି ଦୁଃଖଦ ଘଟଣା ।

ଘଟଣାଟି ହେଉଛି ଭୟଙ୍କର ଅଗ୍ନିକାଣ୍ଡ ଘଟି ଜଳିଯାଇଛି ୨୦ ବଖରା ଘର । ଭଦ୍ରକ ଜିଲ୍ଲା ଗୁଆମାଳ ପଞ୍ଚାୟତ ନୂଆଶାସନ ଗାଁ ଓ ଜାନୁଗଞ୍ଜଠାରେ ଏହି ଅଘଟଣ ଘଟିଛି। ଅଗ୍ନିକାଣ୍ଡ ଘଟି ୬ଟି ପରିବାରର ୨୦ ବଖରା ଘର ଜଳିପୋଡି ପାଉଁଶ ହୋଇଯାଇଛି । ଗତକାଲି ଭୋର ପ୍ରାୟ ୪ଟା ବେଳେ ସର୍ଟ ସର୍କିିଟ ଯୋଗୁ ନିଆଁ ଲାଗିଥିବା ଜଣାପଡିଛି । ଅଗ୍ନିକାଣ୍ଡରେ ଲକ୍ଷାଧିକ ଟଙ୍କାର ଆସବାପତ୍ର ପୋଡି ନଷ୍ଟ ହୋଇଯାଇଛି । ଖବର ପାଇ ଅଗ୍ନିଶମ ବାହିନୀ ଘଟଣାସ୍ତଳରେ ପହଞ୍ଚି ନିଆଁଲିଭା କାମ ଜାରି ରଖିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.