ଆଜି ଚାଲିଛି ଚିଲିକା ବାର୍ଷିକ ସର୍ଭେ, ନିୟୋଜିତ ଅଛନ୍ତି ୨୮ଟି ଟିମ୍
କେନ୍ଯୁଜ୍: ଆଜି ହେଉଛି ଚିଲିକା ବାର୍ଷିକ ସର୍ଭେ। ରାଜ୍ୟ ସରକାରଙ୍କ ନେତୃତ୍ୱରେ ସିଡିଏ କାର୍ଯ୍ୟାଳୟ ପକ୍ଷରୁ ଫ୍ଲୋରା ଫୋନା ସର୍ଭେ ଚାଲିଛି। ବାର୍ଷିକ ସର୍ଭେ ପାଇଁ ନିୟୋଜିତ ହୋଇଛନ୍ତି ୨୮ଟିମ୍। ସକାଳ ୬ଟାରୁ ସର୍ଭେ ଆରମ୍ଭ ହୋଇ ଦିନ ୧୨ଟା ପର୍ଯ୍ୟନ୍ତ ଚାଲିବ । ପକ୍ଷୀ, ଡଲଫିନ୍, ଚିଙ୍ଗୁଡି ଘେରି କେତେ ରହିଛି, ସେ ସମ୍ପର୍କରେ ହେଉଛି ସର୍ଭେ।
ଏହି ସମୟରେ କୌଣସି ଡଙ୍ଗା ଚାଲିବ ନାହିଁ। ପର୍ଯ୍ୟଟକଙ୍କୁ ମଧ୍ୟ ଚିଲିକା ଭିତରକୁ ଯିବାକୁ ବାରଣ କରାଯାଇଛି । CDA ଅଧିକାରୀ, ଚିଲିକା ବନ୍ୟପ୍ରାଣୀ ବିଭାଗ, PCCF ବନ୍ୟପ୍ରାଣୀ ଅଧିକାରୀଙ୍କ ସହ ବୋଟ ମାଲିକ ସଂଘଙ୍କୁ ନେଇ ଏହି ସର୍ଭେ କରାଯାଉଛି । ୨ତାରିଖ ସଂଧ୍ୟା ସୁଦ୍ଧା ଏହି ସର୍ଭେ ରିପୋର୍ଟ ଆସିବ। ଚିଲିକାର ଟାଙ୍ଗୀ, ସାତପଡ଼ା, ନୂଆପଡ଼ା , ରମ୍ଭା ଓ ବାଲୁଗାଁ ରେଂଜରେ ସର୍ଭେ କାର୍ଯ୍ୟ ଆରମ୍ଭ ହୋଇଛି।