୩ ଓଡ଼ିଶା କ୍ୟାଡର IASଙ୍କୁ କେନ୍ଦ୍ରରେ ନୂଆ ଦାୟିତ୍ୱ

କେନ୍ୟୁଜ୍(ବ୍ୟୁରୋ): କେନ୍ଦ୍ରରେ ୩ IASଙ୍କୁ ନୂଆ ଦାୟିତ୍ୱ । ୩ ଓଡ଼ିଶା କ୍ୟାଡର IASଙ୍କୁ କେନ୍ଦ୍ରରେ ନୂଆ ଦାୟିତ୍ୱ ଦିଆଯାଇଛି। ସଞ୍ଜୟ ରସ୍ତୋଗୀ ହେଲେ କେନ୍ଦ୍ର ସାର ଓ ରସାୟନ ମନ୍ତ୍ରାଳୟର ଅତିରିକ୍ତ ସଚିବ। ମନ୍ତ୍ରାଳୟର ଆର୍ଥିକ ପରାମର୍ଶଦାତା ଦାୟିତ୍ୱରେ ମଧ୍ୟ ରହିବେ ସଞ୍ଜୟ ରସ୍ତୋଗୀ। ୧୯୯୧ ବ୍ୟାଚ୍‌ ଓଡ଼ିଶା କ୍ୟାଡର IAS ସଞ୍ଜୟ ରସ୍ତୋଗୀ।

ପ୍ରମୋଦ କୁମାର ମେହେର୍ଦ୍ଦା ହେଲେ କୃଷି ମନ୍ତ୍ରାଳୟର ଅତିରିକ୍ତ ସଚିବ। ୧୯୯୭ ବ୍ୟାଚ୍‌ ଓଡ଼ିଶା କ୍ୟାଡର IAS ଅଧିକାରୀ ପ୍ରମୋଦ କୁମାର ମେହେର୍ଦ୍ଦା। ସଞ୍ଜୀବ ମିଶ୍ରଙ୍କୁ ନ୍ୟାସନାଲ ରିକ୍ରୁଟ୍‌ମେଣ୍ଟ ଏଜେନ୍ସି ସଚିବ ଦାୟିତ୍ୱ। ୧୯୯୭ ବ୍ୟାଚ୍‌ ଓଡ଼ିଶା କ୍ୟାଡର IAS ଅଧିକାରୀ ସଞ୍ଜୀବ ମିଶ୍ର।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.