କାହାକୁ ଦିଅନ୍ତୁ ନାହିଁ ଏହି ଜିନିଷ ଉଦ୍ଧାର, ନଚେତ୍‌ ଘରର ହେବନି ଉନ୍ନତି

ଆଜିକାଲି ଦୁନିଆରେ ଟଙ୍କା ପଇସାର ମହତ୍ୱ ଭିନ୍ନ । ସମସ୍ତେ ଚାହାଁନ୍ତି ଯେ ଘରେ ମା’ ଲକ୍ଷ୍ମୀଙ୍କ ଆଶୀର୍ବାଦ ରହୁ । ଯାହାଦ୍ୱାରା ଘରେ ସର୍ବଦା ଉନ୍ନତି ଲାଗି ରହିବ । ଧନ ଓ ଉନ୍ନତିକୁ ନେଇ ଜ୍ୟୋତିଷ ଶାସ୍ତ୍ରରେ ବଡ଼ ଗୁରୁତ୍ୱପୂର୍ଣ୍ଣ କଥା କୁହାଯାଇଛି । ଯାହାର ପାଳନ କରା ନଗଲେ ବ୍ୟକ୍ତି ଦରିଦ୍ରତା ଆଡକୁ ଚାଲିଯାଇଥାଏ । ଫଳରେ ଘରର ଉନ୍ନତି ଅଟକି ଯାଇଥାଏ ।

ବେଳେବେଳେ ସାହି ପଡିଶାରେ ଜିନିଷ ଦେବା ନେବା ହୋଇଥାଏ । ହଠାତ କିଛି ଜନିଷ ଆବଶ୍ୟକ ପଡିଲେ ଘରେ ନଥିଲେ ଆମେ ପଡିଶା ଘରୁ ଉଧାର ନେଇ ଆସିଥାଉ । ପରେ ତାକୁ ଫେରାଇ ଦେଉ । ହେଲେ ଜ୍ୟୋତିଷ ଶାସ୍ତ୍ରରେ କିଛି ଏମିତି ଜିନିଷ ମଧ୍ୟରେ କୁହାଯାଇଛି ଯାହାକୁ କେବେ ବି ଉଧାର ଦେବା କଥା ନୁହେଁ । ନଚେତ ଏହାଦ୍ୱାରା ଘରର ସୁଖ ସମୃଦ୍ଧି ଉପରେ ନକରାତ୍ମକ ପ୍ରଭାବ ପଡିଥାଏ । ଆସନ୍ତୁ ଜାଣିବା କେଉଁ ଜିନିଷ ଯାହାକୁ କେବେ ଉଦ୍ଧାର ଦେବା କଥା ନୁହେଁ ।

୧. ହଳଦୀ :

ହଳଦୀକୁ ହିନ୍ଦୁ ଧର୍ମରେ ଶୁଭ ବୋଲି ମନାଯାଇଥାଏ । ଏମିତିରେ ହଳଦୀର ବ୍ୟବହାର ଶୁଭ କାର୍ଯ୍ୟରେ କରାଯାଇଥାଏ । ଜ୍ୟୋତିଷରେ ହଳଦୀର ସମ୍ପର୍କ ଗୁରୁ ଗ୍ରହଙ୍କ ସହ ରହିଛି । ତେଣୁ ହଳଦୀ କେବେ କାହାକୁ ଉଧାର ଦେବା କଥା ନୁହେଁ । ମାନ୍ୟତା ରହିଛି ଯେ ଏମିତି କରିବା ଦ୍ୱାରା ଆପଣଙ୍କ କ୍ୟାରିଅର, ବୈବାହିକ ଓ ଆର୍ଥିକ ସମସ୍ୟାର ସାମନା କରିବାକୁ ପଡିପାରେ ।

୨. ଖିର :

ଜ୍ୟୋତିଷରେ ଦୁଧର ସମ୍ବନ୍ଧ ଚନ୍ଦ୍ର ଗ୍ରହଙ୍କ ସହ ରହିଛି । ତେଣୁ ଦୁଧ ବା ଦୁଧରେ ତିଆରି ଜିନିଷ କାହାକୁ ଉଦ୍ଧାର ଦେବା କଥା ନୁହେଁ । ବିଶେଷକରି ସୂର୍ଯ୍ୟାସ୍ତ ପରେ କାହାକୁ ଦୁଧ ଉଦ୍ଧାର ଦେବା କଥା ନୁହେଁ । ଏମିତି କଲେ ଘରର ସୁଖ ସମ୍ପତ୍ତି ସହ ଉନ୍ନତି ବି ଚାଲିଯାଏ ।

୩. ଲୁଣ :

କୁହାଯାଏ, କେବେ ଭୁଲରେ ବି କାହାକୁ ଲୁଣ ଉଦ୍ଧାର ଦେବା କଥା ନୁହେଁ । ଯଦି କାହାର ଘରୁ ଲୁଣ ସରିଯାଇଛି । ତେବେ ଉଧାର ଆଣିବା ପରିବର୍ତ୍ତେ ବଜାରରୁ କିଣି ଆଣନ୍ତୁ । ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ, ଘର କେବେ ଲୁଣ ସରିବା କଥା ନୁହେଁ । କିମ୍ବା କାହାକୁ ଲୁଣ ଦେବା କଥା ନୁହେଁ । କୁହାଯାଏ ଏମିତି କରିବା ଦ୍ୱାରା ଘରେ ଆର୍ଥିକ ଅସୁବିଧାର ସାମନା କରିବାକୁ ପଡିପାରେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.