Below header

ରାୟଗଡା: ହୋମ କ୍ବାରେଣ୍ଟାଇନରେ ରହି  ୮୭ ଜଣଙ୍କୁ କରୋନା ବାଣ୍ଟି ଚାଲିଲେ ଗୋଟିଏ ପରିବାର ୩ ଜଣ ସଦସ୍ୟ, ମାନିନଥିଲେ କୌଣସି ନିୟମ

କେନ୍ୟୁଜ୍(ବ୍ୟୁରୋ):  ସୁପର ସ୍ପ୍ରେଡର ହେଲେ ପରିବାରର ୩ଜଣ। ବାଣ୍ଟି ଚାଲିଲେ ୮୭ ଲୋକଙ୍କୁ କରୋନା। ଏଭଳି ଘଟଣା ଦେଖିବାକୁ ମିଳିଛି ରାୟଗଡା ଜିଲ୍ଲାରେ।

ପରିବାର – ଜଣେ ପୁରୁଷ, ତାଙ୍କ ପତ୍ନୀ ଏବଂ ତାଙ୍କ  ଝିଅ  ଦୁଇ ଦିନ ପୂର୍ବରୁ ଆନ୍ଧ୍ରପ୍ରଦେଶରୁ  ନିଜ ଗାଁ ରୟଗଡା ଜିଲ୍ଲାର ବିଜପୁରକୁ ଫେରି ଆସିଥିଲେ । ପରେ ହୋମ କ୍ବାରେଣ୍ଟାଇନ ନରହି ବାହାରେ ବୁଲାବୁଲି  କରି କରୋନା ବାଣ୍ଟିଥିଲେ  ବୋଲି ଓଡିଶା ସରକାରଙ୍କ କୋଭିଡ-୧୯ ମୁଖପାତ୍ର ସୁବ୍ରତ ବାଗଚୀ କହିଛନ୍ତି।

 ବାଗଚୀ କହିଛନ୍ତି, ଏହି  ପରିବାର କାମ କରୁଥିବା ସଂସ୍ଥାରକ୍ବାରେଣ୍ଟାଇନ ସେଣ୍ଟରରେ  ରହିବା ପରେ ସେମାନେ ଗାଁକୁ ଯାଇଥିଲେ ଏବଂ ସେମାନଙ୍କୁ ହୋମ କ୍ବାରେଣ୍ଟାଇନରେ ରହିବାକୁ ପରାମର୍ଶ ଦିଆଯାଇଥିଲା।

ସେମାନଙ୍କ ହୋମ କ୍ବାରେଣ୍ଟାଇନ ସମୟରେ ପରିବାର ସଦସ୍ୟମାନେ ନିର୍ଦ୍ଧାରିତ ମାନଦଣ୍ଡକୁ ପାଳନ କରିନଥିଲେ ଏବଂ ଗାଁର ଅନେକ ଲୋକଙ୍କ ସହିତ ଯୋଗାଯୋଗ କରିଥିଲେ ।

 ପରିବାରର ତିନିଜଣ ସଦସ୍ୟଙ୍କୁ ପ୍ରଥମେ କୋଭିଡ ଟେଷ୍ଟ କରାଯାଇଥିଲା।  ପରେ  ସେମାନଙ୍କ ସ୍ବାବ୍ ପଜିଟିଭ୍ ବୋଲି ଚିହ୍ନଟ କରାଯାଇଥିଲା । ପରେ କଣ୍ଟାକ୍ଟ ଟ୍ରେସିଂ ସମୟରେ ୧୩ ଜଣ ଗ୍ରାମବାସୀଙ୍କର ମଧ୍ୟ କୋଭିଡ ଟେଷ୍ଟ ହୋଇଥିଲା ବୋଲି ରାୟାଗଡା ଜିଲ୍ଲାପାଳ  ପ୍ରମୋଦ କୁମାର ବେହେରା କହିଛନ୍ତି।

ଗୁରୁବାର ଠାରୁ ଅନ୍ୟ ୭୪  ଗ୍ରାମବାସୀ କୋଭିଡ ଟେଷ୍ଟ  କରିଥିଲେ। ସେମାନଙ୍କର ମଧ୍ୟ ପଜେଟିଭ ଆସିଛି।  ଏହା ସହ ବିଜୁପୁରର ପରିବାରର ତିନିଜଣ ସଦସ୍ୟଙ୍କ ସମେତ ମୋଟ ୯୦ ଜଣ ଲୋକ ପଜିଟିଭ୍ ପରୀକ୍ଷା କରିଛନ୍ତି ବୋଲି ସେ କହିଛନ୍ତି।

 ଆଦିବାସୀ ପ୍ରାଧାନ୍ୟ  ରାୟଗଡା ଜିଲ୍ଲାରେ  ଏପର୍ଯ୍ୟନ୍ତ 115 ଟି ମାମଲା ଚିହ୍ନଟ ହୋଇଛି  ଯେଉଁଥିରୁ ୨୨ ଜଣ ରୋଗୀ ସୁସ୍ଥ ହୋଇଛନ୍ତି। ବର୍ତ୍ତମାନ ୯୩ଟି ମାମଲା ଅଛି ଯେଉଁମାନେ ଜେ.କେ ପୁରର କୋଭିଡ ହସ୍ପିଟାଲରେ ଏବଂ ଗୁଣୁପୁରର କୋଭିଡ ହସ୍ପିଟାଲରେ  ଭର୍ତ୍ତି ହୋଇଛନ୍ତି |

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.