ରାୟଗଡ଼ା: ଆମ୍ବୁଲାନ୍‌ସ ଟ୍ୟାଙ୍କରର ମୁହାଁମୁହିଁ ଧକ୍କା, ୪ ମୃତ

କେନ୍ୟୁଜ୍(ବ୍ୟୁରୋ):  ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ୪ ମୃତ। ରାୟଗଡ଼ା ଜିଲ୍ଲା ଅମ୍ବାଦଳା ଥାନା ଅଞ୍ଚଳରେ ଟ୍ୟାଙ୍କର ଓ ଆମ୍ବୁଲାନ୍‌ସ ମୁହାମୁହିଁ ଧକ୍କା। ଘଟଣାସ୍ଥଳରେ ୩ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଡାକ୍ତରଖାନାରେ ଜଣଙ୍କର ମୃତ୍ୟୁ ଘଟିଛି। ୨ଗୁରୁତରଙ୍କୁ ମୁନିଗୁଡ଼ା ଡାକ୍ତରଖାନାରେ ଭର୍ତ୍ତି କରାଯାଛି।

ବିଷମକଟକରୁ ବଲାଙ୍ଗିର ଯାଉଥିବା ଆମ୍ବୁଲାନ୍‌ସ ସହ ଝାରସୁଗୁଡ଼ାରୁ ଟିକିରି ଯାଉଥିବା ଟ୍ୟାଙ୍କର ସମ୍ମୁଖ ଭାଗରୁ ଧକ୍କା ଦେଇଥିଲା। ଘଟଣାସ୍ଥଳରେ ଆମ୍ବୁଲାନ୍‌ସରେ ଥିବା ୩ଜଣଙ୍କ ମୃତ୍ୟୁ ଘଟିଥିଲା। ଅନ୍ୟ ୩ଜଣଙ୍କୁ ଡାକ୍ତରଖାନା ନିଆଯାଇଥିବା ବେଳେ ଜଣଙ୍କର ମୃତ୍ୟୁ ଘଟିଛି। ପୋଲିସ ଘଟଣାସ୍ଥଳରେ ତଦନ୍ତ ଆରମ୍ଭ କରିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.