Below header

ସମ୍ବଲପୁର : ପୃଥକ ପୃଥକ ଦୁର୍ଘଟଣାରେ ୪ ମୃତ

ସମ୍ବଲପୁରରେ ମର୍ମନ୍ତୁଦ ଦୁର୍ଘଟଣା। ଦୁଇଟି ପୃଥକ ଦୁର୍ଘଟଣାରେ ଗଲା ୪ଜଣଙ୍କ ଜୀବନ। ବୁର୍ଲା ଭିସୁଟ ମରିଚି ହଷ୍ଟେଲ ସମ୍ମୁଖରେ ସ୍କୁଟି ଓ ବାଇକ ମଧ୍ୟରେ ମୁହାଁମୁହିଁ ଧକ୍କାରେ ଦୁଇ ଛାତ୍ରଙ୍କ ମୃତ୍ୟୁ ହୋଇଛି ।

ସମ୍ବଲପୁରରେ ମର୍ମନ୍ତୁଦ ଦୁର୍ଘଟଣା। ଦୁଇଟି ପୃଥକ ଦୁର୍ଘଟଣାରେ ଗଲା ୪ଜଣଙ୍କ ଜୀବନ। ବୁର୍ଲା ଭିସୁଟ ମରିଚି ହଷ୍ଟେଲ ସମ୍ମୁଖରେ ସ୍କୁଟି ଓ ବାଇକ ମଧ୍ୟରେ ମୁହାଁମୁହିଁ ଧକ୍କାରେ ଦୁଇ ଛାତ୍ରଙ୍କ ମୃତ୍ୟୁ ହୋଇଛି । ମୃତକ ଦୁଇ ଛାତ୍ର ଆଶୀର୍ବାଦ ରଥ ଓ ଆକ୍ଷିତ ସେଠି ।  ସେହିପରି ମହାନଦୀ ଚାଉଁରପୁର ବ୍ରିଜ ଉପରେ ବାଇକ ଓ ସ୍କୁଟି ଧକ୍କା ହୋଇଛି। ଏଥିରେ ୨ଜଣଙ୍କ ମୃତ୍ୟୁ ଘଟିଛି। ମୃତକ କ୍ଷେତରାଜପୁର ଅଞ୍ଚଳର ସୂର୍ଯ୍ୟୟା ଅଗ୍ରୱାଲ ଓ କ୍ରିଷ୍ଣା ଅଗ୍ରୱାଲ l ଗାଡ଼ିରେ ଥିବା ୩ଜଣ ଆହତ ହୋଇଛନ୍ତି। ସେମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତିକରାଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.