Below header

୪୦କେଜି ଗଞ୍ଜେଇ ସହ ସ୍କର୍ପିଓ ଗାଡି ଜବତ

କୋରାପୁଟ (କେନ୍ୟୁଜ୍) : ୪୦କେଜି ଗଞ୍ଜେଇ ସହ ସ୍କର୍ପିଓ ଗାଡି ଜବତ। ଏକ ବିଶେଷ ସୂତ୍ରରୁ ଖବର ପାଇ ମାଛକୁଣ୍ଡ ପୋଲିସ ଲମତାପୁଟ ନିକଟରେ ଏକ ସ୍କର୍ପିଓ ଗାଡିକୁ ଅଟକାଇଥିଲେ। ଗାଡିଟି ପୋଲିସକୁ ଚକମା ଦେଇ ଦ୍ରୁତ ଗତିରେ ଫେରାର ହୋଇଯାଉଥିବାବେଳେ ପୋଲିସ ପିଛା କରିଥିଲା। ଏହି ସମୟରେ ସଗର ନିକଟରେ ସ୍କର୍ପିଓଟି ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଘଟଣାସ୍ଥଳରୁ ବେପାରୀମାନେ ଫେରାର ହୋଇଯାଇଥିବାବେଳେ ଗାଡିଟିକୁ ଜବତ କରିଥିଲା ମାଛକୁଣ୍ଡ ପୋଲିସ। ସେଥିରୁ ଯାଞ୍ଚ ପରେ ୪୦କେଜିରୁ ଅଧିକ ଗଞ୍ଜେଇ ଜବତ ହୋଇଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.