ଅଳିଆ ମୁକ୍ତ ହେବ ଭୁବନେଶ୍ୱର: BMC ଅଞ୍ଚଳରେ ସ୍ଥାପନ ହେଉଛି ମୋଟ ୪୩ଟି ମାଇକ୍ରୋ କମ୍ପୋଷ୍ଟ ସେଣ୍ଟର

ଭୁବନେଶ୍ବର(କେନ୍ଯୁଜ୍): ଅଳିଆ ମୁକ୍ତ ସହର ହେବ ଭୁବନେଶ୍ୱର । ରାଜଧାନୀକୁ ଡ଼ଷ୍ଟବିନ ଓ ଅଳିଆ ମୁକ୍ତ ସହରରେ ପରିଗଣିତ କରିବାକୁ ବିଏମସିର ପ୍ରୟାସ ଜାରି ରହିଛି। ଘରକୁ ଘର ବୁଲି ଓଦା ଓ ଶୁଖିଲା ଅଳିଆ ସଂଗ୍ରହ କରାଯାଇ ମାଇକ୍ରୋ କମ୍ପୋଷ୍ଟ ସେଣ୍ଟର ଜରିଆରେ ପୃଥକୀକରଣ ଓ ପ୍ରକ୍ରିୟା କରଣ କରାଯାଇ ସେଥିରୁ ମୋ ଖତ ପ୍ରସ୍ତୁତ କରାଯାଉଛି।

ଏନେଇ ଲୋକଙ୍କୁ ସଚେତନ କରାଯାଇଥିବା ବେଳେ BMC ଅଞ୍ଚଳରେ ମୋଟ ୪୩ଟି ମାଇକ୍ରୋ କମ୍ପୋଷ୍ଟ ସେଣ୍ଟର ବା ଏମ୍‌ସିସି ସ୍ଥାପନ କରାଯାଉଛି । ଏହା ମଧ୍ୟରୁ ୨୦ଟି ଏମସିିସି କାର୍ଯ୍ୟକ୍ଷମ ହୋଇସାରିଛି । ଅବଶିଷ୍ଟ ୨୩ଟି ଖୁବ୍‌ଶୀଘ୍ର କାର୍ଯ୍ୟକ୍ଷମ ହେବ ବୋଲି ଜଣାପଡିଛି । ଏକାମ୍ର ବିଧାନସଭା ମଣ୍ଡଳୀ ଅନ୍ତର୍ଗତ ୩ଟି ଓ୍ଵାର୍ଡ ପାଇଁ ସୁନ୍ଦରପଦା ଛକରେ ଗୋଟିଏ ଏମ୍‌ସିସିକୁ ସ୍ଥାନୀୟ ବିଧାୟକ ତଥା ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ଉଦ୍‌ଘାଟନ କରିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.