ବଦଳିବ ଆଇପିଏଲ ଫର୍ମାଟ, ୨୦୨୨ରେ ୮ ପରିବର୍ତ୍ତେ ଭାଗ ନେବେ ୧୦ ଦଳ

କେନ୍ଯୁଜ୍: ବଦଳିବ ଆଇପିଏଲ ଫର୍ମାଟ । ୨୦୨୨ରେ ୮ ପରିବର୍ତ୍ତେ ୧୦ ଦଳ ଭାଗ ନେବେ । ଦୁଇଟି ଗ୍ରୁଫରେ ରହିବେ ୫ ଲେଖାଏଁ ଦଳ । ଗ୍ରୁପର ୫ଟି ଯାକ ଦଳ ପରସ୍ପର ବିପକ୍ଷରେ ୨ଟି ମ୍ୟାଚ ଖେଳିବେ । ଲିଗ୍‌ ପର୍ଯ୍ୟାୟ ପରେ ପଏଣ୍ଟ ଭିତ୍ତିକ ମାନ୍ୟତା । ୬୦ ଦିନରେ ୭୪ ମ୍ୟାଚ ଖେଳାଯିବ । ଚର୍ଚ୍ଚିତ ତଥା ଲୋକପ୍ରିୟ ଆଇପିଏଲ ୨୦୨୨ରୁ ନୂଆ ରୂପରେ ଦେଖିବାକୁ ମିଳିବ ।

ଦଳ ସଂଖ୍ୟା ସହ ମ୍ୟାଚ ଓ ପ୍ରତିଯୋଗିତା ସମୟ ମଧ୍ୟ ବଢ଼ିବ । ଗୋଟିଏ ଦଶନ୍ଧି ପରେ ପୁଣି ଥରେ ୨୦୧୧ ମସିହାର ଫର୍ମାଟକୁ ଫେରିବ ଆଇପିଏଲ । ୨୦୧୧ ଭଳି ୨୦୨୨ରେ ୮ ପରିବର୍ତ୍ତେ ୧୦ ଦଳ ଖେଳିବେ । ଦଳ ଗୁଡିକୁ ୫ ଦଳ ବିଶିଷ୍ଟ ଦୁଇଟି ଗ୍ରୁପରେ ବିଭିକ୍ତ କରାଯିବ । ଲିଗ୍‌ ପର୍ଯ୍ୟାୟ ମ୍ୟାଚ ପରେ ପଏଣ୍ଟ ଭିତ୍ତିରେ ପ୍ରତି ଗ୍ରୁପ୍‌ର ଶୀର୍ଷ ୨ ଦଳ କ୍ୱାଲିଫାୟାରକୁ ଯିବେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.