Below header

ମନନ ନାଟ୍ୟ ସଂସ୍ଥାର ୪୪  ତମ ଜନ୍ମ ବାର୍ଷିକୀ: ଯୋଗଦେଲେ ସତ୍ୟଜିତ୍ ରାୟ ଫିଲ୍ମ ଇନଷ୍ଟିଚ୍ୟଟର ନିର୍ଦ୍ଦେଶକ ହିମାଂଶୁ ଶେଖର ଖଟୁଆ

ଭୁବନେଶ୍ବର(କେନ୍ୟୁଜ୍): ଭୁବନେଶ୍ବର ରବୀନ୍ଦ୍ର ମଣ୍ଡପ ରେ ମନନ ନାଟ୍ୟ ସଂସ୍ଥାର ୪୪  ତମ ଜନ୍ମ ବାର୍ଷିକୀ ନାଟକ ମହୋତ୍ସବ ୨୦୨୩ ଅନୁଷ୍ଠିତ ହୋଇଯାଇଛି । ନାଟକ ମହୋତ୍ସବର ପଞ୍ଚମ ସନ୍ଧ୍ୟାରେ ଅତିଥିଭାବେ ଉପସ୍ଥିତ ଥିଲେ ମୁମ୍ୱାଇର ଇନକମ ଟ୍ୟାକ୍ସ ଚିଫ କମିସନର ମନୋରଂଜନ ପାଣିଗ୍ରାହୀ, ସତ୍ୟଜିତ୍ ରାୟ ଫିଲ୍ମ ଆଣ୍ଡ ଟେଲିଭିଜନ ଇନଷ୍ଟିଚ୍ୟଟର ନିର୍ଦ୍ଦେଶକ ଶ୍ରୀଯୁକ୍ତ ହିମାଂଶୁ ଶେଖର ଖଟୁଆ ଉପସ୍ଥିତ ଥିଲେ । ପଞ୍ଚମ ସଂଧ୍ୟାର ନାଟକ ଥିଲା ପାପୀ । ଏହାର ପ୍ରଯୋଜନା କରିଛନ୍ତି ବାରିପଦାର ବାସ୍ତବ । ଏହାକୁ ନିର୍ଦ୍ଦେଶନା ଦେଇଛନ୍ତି ଅନ୍ନଦା ଦାସ ଏହାକୁ ଲେଖିଛନ୍ତି ଗୌରୀ ଦାସ ,। ଏହି ପାପୀ ନାଟକ ରେ ରହିଛି ସମସ୍ତେ କିପରି ଜୀବନ ରେ କିପରି ପରିସ୍ଥିତିର ଦାସ । ଏକ ଭୁଲ ନିଷ୍ପତ୍ତି ର କରୁଣ ପରିଣାମ ମହିୟସୀ ମହାପୁରୁଷଙ୍କୁ ବି ପାପ ବନାଇ ଦିଏ । ଏକ ନିଛକ ମୌଳିକ ଓଡ଼ିଆ କାହାଣୀ ଦେଖିବାକୁ ମିଳିଥିଲା ଏହି ନାଟକରେ । ବହୁ ସଂଖ୍ୟରେ ଦର୍ଶକ ଉପସ୍ଥିତ ରହି ନାଟକ ଦେଖିଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.