ସ୍ୱର୍ଗତ ଡକ୍ଟର ପ୍ରଶାନ୍ତ କୁମାର ସେଠୀଙ୍କ ଦ୍ଵିତୀୟ ଶ୍ରାଦ୍ଧ ବାର୍ଷିକୀ ପାଳିତ: ଦୁଇ ସାମ୍ବାଦିକଙ୍କୁ କରାଗଲା ସମ୍ବର୍ଦ୍ଧିତ

ଭୁବନେଶ୍ବର(କେନ୍ୟୁଜ୍): ଭୁବନେଶ୍ବର ପାନ୍ଥ ନିବାସ କଳିଙ୍ଗ କନଭେସନ୍ ଠାରେ ସ୍ୱର୍ଗତ ଡକ୍ଟର ପ୍ରଶାନ୍ତ କୁମାର ସେଠୀଙ୍କ ଦ୍ଵିତୀୟ ଶ୍ରାଦ୍ଧ ବାର୍ଷିକୀ ପାଳନ କରାଯାଇଥିଲା।ଏହି ଅବସରରେ ମେମୋରିଆଲ ଲେକଚର ଅନୁଷ୍ଠିତ ହୋଇଥିଲା । ଏହି ମେମୋରିଆଲ ଲେକଚର  ବିଷୟ ବସ୍ତୁ ଥିଲା law as a fulcrum of change with Special focus on public policy, ।

କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଉପସ୍ଥିତ ଥିଲେ ଭୁବନେଶ୍ବର ସାସଂଦ ଅପରାଜିତା ଷଡ଼ଙ୍ଗୀ, ମୁଖ୍ୟ ବକ୍ତା ଭାବରେ ଉପସ୍ଥିତ ଥିଲେ ଓଡ଼ିଶା ହାଇକୋର୍ଟ ର ଡେପୁଟି ସଲିସିଟର ଜେନେରାଲ ଅଫ ଇଣ୍ଡିଆର ଶ୍ରୀ ପ୍ରସନ୍ନ କୁମାର ପରହି , ବକ୍ତା ଭାବେ ଥିଲେ ଓଡ଼ିଶା ହାଇକୋର୍ଟର ବରିଷ୍ଠ ଆଇନଜୀବୀ ଶ୍ରୀ ଗୌତମ କୁମାର୍ ଆଚାର୍ଯ୍ୟ , କାର୍ଯ୍ୟକ୍ରମରେ ସ୍ୱର୍ଗତ ଡକ୍ଟର ପ୍ରଶାନ୍ତ କୁମାର ସେଠୀଙ୍କୁ ମନେ ପକାଇଥିଲେ ଅତିଥି ମାନେ । ସାମ୍ବାଦିକତା କ୍ଷେତ୍ରରେ ନିଜର ଖ୍ୟାତି ଅର୍ଜନ କରିଥିବା ଦୁଇ ଜଣ ସାମ୍ବାଦିକଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ସେଥିମଧ୍ୟରୁ କଳିଙ୍ଗ ଟିଭିର କଟକ ଜୋନାଲ ହେଡ଼ ବିଭୂତି ସାହୁଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା ।

Leave A Reply

Your email address will not be published.