ବରମୁଣ୍ଡା ଓଭର ବ୍ରିଜ ଉପରେ  ସିରିଜ ଦୁର୍ଘଟଣା, ୫ ଗୁରୁତର

ଟ୍ରକ୍ ଭିତରୁ ଡ଼୍ରାଇଭର ଉଦ୍ଧାର।ଦୁଇ ବାଇକ୍ ଆରୋହୀ ମଧ୍ୟ ଗୁରୁତର । ଘଟଣା ସ୍ଥଳରେ ପୋଲିସ ପହଞ୍ଚି ଆହତଙ୍କୁ ଉଦ୍ଧାର କରିବା ସହ କ୍ୟାପିଟାଲ ହସପିଟାଲ ପଠାଇଛି । ତେବେ କଟକରୁ ଖୋର୍ଦ୍ଧା ପାର୍ଶ୍ଵ ଗାଡ଼ି ଚଳାଚଳ ବ୍ୟାହତ ।

ବରମୁଣ୍ଡା ଓଭର ବ୍ରିଜ ଉପରେ ବଡ ଧରଣର ଦୁର୍ଘଟଣା । ଜାତୀୟ ରାଜପଥ ସଫେଇ ଗାଡ଼ିକୁ ପଛପଟୁ ପିଟିଲା ଟ୍ରକ୍ । ଟ୍ରକ୍ ଭିତରୁ ଡ଼୍ରାଇଭର ଉଦ୍ଧାର।ଦୁଇ ବାଇକ୍ ଆରୋହୀ ମଧ୍ୟ ଗୁରୁତର । ଘଟଣା ସ୍ଥଳରେ ପୋଲିସ ପହଞ୍ଚି ଆହତଙ୍କୁ ଉଦ୍ଧାର କରିବା ସହ କ୍ୟାପିଟାଲ ହସପିଟାଲ ପଠାଇଛି । ତେବେ କଟକରୁ ଖୋର୍ଦ୍ଧା ପାର୍ଶ୍ଵ ଗାଡ଼ି ଚଳାଚଳ ବ୍ୟାହତ । ଟ୍ରାଫିକ ଜମ ରହିଥିଲା। ପରେ ପୋଲିସ ପହଞ୍ଚି ଟ୍ରାଫିକ ନିୟନ୍ତ୍ରଣ କରିଛି।

ମିଳିଥିବା ସୂଚନା ମୁତାବକ ଏକ ସ୍କୁଟିକୁ ପଛରୁ କାର ଧକା ଦେଇ ଚାଲିଯାଇଛି । ସ୍କୁଟ ଚାଳକ ଗୁରୁତର ହୋଇ ଜାତୀୟ ରାଜପଥ ଉପରେ ଛିଟିକି ପଡ଼ିଥିଲେ । ଏହି ସମୟରେ ଜାତୀୟ ରାଜପଥ ସଫେଇ କରିଥିବା ଗାଡ଼ି ବ୍ରେକ ମାରିବାରୁ ପଛରେ ଆସୁଥିବା ଟ୍ରକ୍ ସଫେଇ ଗାଡ଼ିକୁ ପିଟିବା ସହ ଆଉ ଏକ ବାଇକକୁ ଧକା ଦେଇଥିଲା । ଟ୍ରକ୍ ଡ୍ରାଇଭରଙ୍କୁ ମଧ୍ଯ ଗୁରୁତର ଭାବେ ଉଦ୍ଧାର କରାଯାଇଛି।  ଏ ଦୁର୍ଘଟଣାରେ ମୋଟ ୫ ଜଣ ଗୁରୁତର ହୋଇଛନ୍ତି । ପୋଲିସ ପହଞ୍ଚି ଆହତଙ୍କୁ ଉଦ୍ଧାର କରିବା ସହ ହସ୍ପିଟାଲ ପଠାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.