ଖରସ୍ରୋତା ନଦୀରେ ଅଘଟଣ: ହୋଲି ଖେଳି ସାରି ଗାଧୋଇବାକୁ ଯାଇଥିବା ବେଳେ ୬ ଯୁବକ ନିଖୋଜ, ୨ ଜଣଙ୍କ ମୃତ୍ୟୁ

ଯାଜପୁର ଟାଉନ୍‌ (କେନ୍ୟୁଜ୍):ହୋଲିରେ ବଡ଼ଧରଣର ଅଘଟଣ। ରଙ୍ଗ ଖେଳିସାରି ନଦୀରେ ଗାଧୋଇବା ବେଳେ ଭାସିଯାଇ ୨ମୃତ। ଅନ୍ୟ ୪ଜଣ ନିଖୋଜ। ଯାଜପୁର ଟାଉନ ଥାନାର ବଡ଼ସୁଆର ବନ୍ଧମୁଣ୍ଡା ଘାଟରେ ଘଟିଛି ହୃଦୟବିଦାରକ ଘଟଣା। ରଙ୍ଗ ଖେଳି ସାରିପାରିବା ପରେ ୬ଜଣ ଖରସ୍ରୋତା ନଦୀକୁ ଗାଧୋଇବାକୁ ଯାଇଥିଲେ। ନଦୀରେ ବୁଡ଼ି ଯିବା ପରେ ସ୍ଥାନୀୟ ବାସିନ୍ଦା ଓ ଅଗ୍ନିଶମ ବାହିନୀ ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ। ପ୍ରଥମେ ୨ଜଣଙ୍କ ମୃତଦେହ ମିଳିଥିଲା। ଅନ୍ୟ ଜଣଙ୍କୁ ସଂଜ୍ଞାହୀନ ଅବସ୍ଥାରେ ଉଦ୍ଧାର କରାଯାଇଛି।

ସମସ୍ତଙ୍କୁ ଯାଜପୁର ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବା ବେଳେ ୨ଜଣଙ୍କୁ ମୃତ ଘୋଷଣା କରିଥିଲେ ଡାକ୍ତର। ମୃତକମାନେ ସ୍ଥାନୀୟ ଅଞ୍ଚଳର ଶୁଭମ ଜେନା ଓ ଅନ୍ୟ ଜଣକ ସାନବଜାରର ସମ୍ବିତ ଜେନା। ନିଖୋଜ ମାନଙ୍କୁ ଉଦ୍ଧାର ପାଇଁ ଅଗ୍ନିଶମବାହିନୀ ଓ ଓଡ୍ରାଫ ଏବେବି ତଲାସୀ ଜାରି ରଖିଛନ୍ତି। ଯାଜପୁର ବିଡିଓଙ୍କ ସହ ପ୍ରଶାସନିକ ଅଧିକାରୀମାନେ ଘଟଣାସ୍ଥଳରେ ପହଞ୍ଚିଛନ୍ତି। ବରୀ ବିଧାୟିକା ସୁନନ୍ଦା ଦାସ ମଧ୍ୟ ଘଟଣାସ୍ଥଳରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଛନ୍ତି। ୨ଜଣଙ୍କ ମୃତ୍ୟୁ ପରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.