Below header

ବ୍ରହ୍ମପୁର: ପୂର୍ବତନ ସରପଞ୍ଚ ହତ୍ୟା ମାମଲାରେ ୬ ଅଭିଯୁକ୍ତ ଗିରଫ

ବ୍ରହ୍ମପୁର(କେ ନ୍ୟୁଜ): ବ୍ରହ୍ମପୁର ଉପକଣ୍ଠ ସୁକୁଣ୍ଡାରେ ଅନନ୍ତେଇ ପଞ୍ଚାୟତର ପୂର୍ବତନ ସରପଞ୍ଚ ପ୍ରଦୀପ ବିଷୋୟୀଙ୍କୁ ହତ୍ୟା ମାମଲାରେ ୬ ଅଭିଯୁକ୍ତ ଗିରଫ। ସେଭିତରେ ଜଣେ ନାବାଳକ ରହିଛି । ଅଭିଯୁକ୍ତଙ୍କୁ ଗିରଫ ପରେ କୋର୍ଟ ଚାଲାଣ କରିଛି ବ୍ରହ୍ମପୁର ପୋଲିସ । ଏହି ଘଟଣାରେ ତିନିଟି ଖଣ୍ଡା, ଦୁଇଟି ବାଇକ, ୬ଟି ମୋବାଇଲ ଫୋନ ଓ ଗଜବାଡ଼ି ଜବତ ହୋଇଛି ।

ପୂର୍ବ ଶତ୍ରୁତାରୁ ହତ୍ୟାକାଣ୍ଡ ଘଟିଥିବା ପୋଲିସ ସୂଚନା ଦେଇଛି । ଗତ ୫ ତାରିଖରେ ବ୍ରହ୍ମପୁର-ସୁକୁଣ୍ଡା ମୁଖ୍ୟ ରାସ୍ତାରେ ଅନନ୍ତେଇ ପଞ୍ଚାୟତର ପୂର୍ବତନ ସରପଞ୍ଚ ପ୍ରଦୀପ ବିଷୋୟୀଙ୍କୁ ଦୁର୍ବୃତ୍ତମାନେ ଖଣ୍ଡାରେ ହାଣି ହତ୍ୟା କରିଥିଲେ । ମୃତ ପ୍ରଦୀପ ଦୁଇ ଥର ସରପଞ୍ଚ ଥିବା ବେଳେ ଏକ ହତ୍ୟା ମାମଲାରେ ସେ କୋର୍ଟରୁ ସର୍ତ୍ତ ମୂଳକ ଜାମିନରେ ବାହାରି ଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.