ବଜ୍ରପାତ ନେଲା ଜୀବନ, ପୃଥକ ପୃଥକ ସ୍ଥାନରେ ୬ ମୃତ

ଆନନ୍ଦପୁର/ଜଳେଶ୍ୱର: ବଜ୍ରପାତ ଯୋଗୁଁ ପୃଥକ ପୃଥକ ଭାବେ ୬ମୃତ । ଆଜି ସକାଳୁ ଆନନ୍ଦପୁର ଉପଖଣ୍ଡ ରେ ଲଗାଣ ବର୍ଷା ସହ ବଜ୍ରପାତ ହୋଇଛି । କେବଳ ଆନନ୍ଦପୁର ଉପଖଣ୍ଡରେ ବଜ୍ରପାତ ଯୋଗୁ ୪ଜଣଙ୍କ ମୃତ୍ୟୁ ହୋଇଛି । ଘାସ କାଟିବାକୁ ଯାଇଥିବା ବେଳେ ନନ୍ଦିପଦା ଥାନା ଇଞ୍ଚୋଳ ଗ୍ରାମର ଗଣେଶ ଜେନା ବଜ୍ରପାତ ରେ ମୃତ୍ୟୁ ବରଣ କରିଥିବା ବେଳେ ,ବାହାରିପୁର ଗ୍ରାମର ବଲ୍ଲବ ବେହେରାଙ୍କର ମୃତ୍ଯୁ ହୋଇଛି।

ସେହିପରି ଘସିପୁରା ବ୍ଲକ ରାମଚନ୍ଦ୍ରପୁର ଥାନା ସାପୁଆ ସାହିର ପୂର୍ଣଚନ୍ଦ୍ର ମୁଣ୍ଡା ଘାସ କାଟୁଥିବା ବେଳେ ବଜ୍ରପାତ ହେବାରୁ ତାଙ୍କର ମଧ୍ଯ ମୃତ୍ୟୁ ହୋଇଥିବା ଜଣାପଡିଛି । ସମସ୍ତଙ୍କୁ ଆନନ୍ଦପୁର ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଚଳାଇଛି ।

ସେପେଟ ବାଲେଶ୍ୱର ଜିଲ୍ଲା ଜଳେଶ୍ୱର ଥାନା ପଢିଆରିପୁର ଗାଁରେ ବଜ୍ରପାତ ଯୋଗୁ ୨ ଜଣଙ୍କ ମୃତ୍ୟୁ ହୋଇଛି । ଆଉ ୨ଜଣ ଗୁରୁତର ହୋଇଛନ୍ତି । ମୃତକଙ୍କ ନାଁ କାର୍ତ୍ତିକ ଚନ୍ଦ୍ର ମହାନ୍ତି । ଗୁରୁତରଙ୍କୁ ଜଳେଶ୍ୱର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଛି।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.