ଲୁଗା ଦୋଳି ସାଜିଲା କାଳ, ବେକରେ ଗୁଡେଇ ହୋଇ ଯିବାରୁ ଚାଲିଗଲା ୬ ବର୍ଷ ଶିଶୁ କନ୍ୟାର ଜୀବନ

ଉଦଳା(କେନ୍ୟୁଜ୍): ଅତ୍ଯନ୍ତ ହୃଦୟବିଦାରକ ଏବଂ ଦୁଃଖଦ ଘଟଣା । ହସଖୁସିରେ ବସି ଝୁଲୁଥିବା ଦୋଳି ସାଜିଲା କାଳ । ଶାଢୀରେ ତିଆରି ହୋଇଥିବା ଦୋଳି ନେଇଗଲା ୬ ବର୍ଷ ଶିଶୁକନ୍ଯାର ଜୀବନ । ଏଭଳି ଘଟଣା ଘଟିଛି କପ୍ତିପଦା ଥାନା ପେଡାଗଡି ଗ୍ରାମରେ । ପେଡାଗଡି ଗ୍ରାମର ଧୀରେନ୍ଦ୍ର ନାଏକଙ୍କ ୬ ବର୍ଷର ଶିଶୁକନ୍ଯା  ଆଜି ଅପରାହ୍ନରେ ଘରେ ଶାଢୀରେ ତିଆରି ହୋଇଥିବା ଦୋଳିରେ ବସି ଝୁଲୁଥିଲା । ଏହି ସମୟରେ ପରିବାର ଲୋକେ ଖାଇ ସାରି ଶୋଇବାକୁ ଯାଉଥିଲେ ।

ହେଲେ ଝିଅ ପାଖକୁ ଆସି ଦେଖିବାରୁ ଦୋଳି ତିଆରି ହୋଇଥିବା ଶାଢୀ ଝିଅ ବେକରେ ଗୁଡାଇ ହୋଇଯାଇଛି ଏବଂ ଝିଅ ଦୋଳିରୁ ଖସି ପଡିଛି । ତୁରନ୍ତ ତାକୁ ଚିକିତ୍ସା ନିମନ୍ତେ ଉଦଳା ଡାକ୍ତରଖାନାରେ ଭର୍ତ୍ତି କରିଥିବା ବେଳେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି। ଏଭଳି ଘଟଣାକୁ ନେଇ ସ୍ଥାନୀୟ ଅଂଚଳରେ ଶୋକର ଛାୟା ଖେଳିଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.