୬ ଫୁଟର ନାଗ ସାପ ଉଦ୍ଧାର, ପଶି ରହିଥିଲା ମୂଷା ଗାଡରେ

ଚୌଦ୍ୱାର(କେନ୍ଯୁଜ୍) : କଟକ ଜିଲ୍ଲା ଟାଙ୍ଗୀ ଥାନା ସ୍ଥିତ ଜରିପଡା ପଚାଂୟତର ଅଷ୍ଟପାରୀ ଗ୍ରାମର କିଶୋର ଦାସ୍ ଙ୍କ ଘରୁ ଏକ ୬ ଫୁଟର ନାଗ ସାପ ଉଦ୍ଧାର ହୋଇଛି । ଗତ ସନ୍ଧ୍ୟା ବେଳେ କିଶୋରଙ୍କ ଝିଅ ରୋଷେଇ ଘରେ ଥିବା ଜାଳେଣି କାଠ ଆଣି ଚୁଲି ଲଗାଇବା ସମୟରେ  ସାପଟି ଗର୍ଜନ କରି ଚୋଟ ମାରିଥିଲା । ସ୍ୱଭାଗ୍ୟ ବଶତଃ ଚୋଟ ଟି ତାଙ୍କ ଗୋଡରେ ନବାଜି ଚୁଲିରେ ବାଜିଥିଲା ।

ଜୀବନ ବଚାଂଇ ସେ ଘରୁ ଚିତ୍କାର କରି ଘରୁ ଦୌଡି ପଳାଇ ଆସି ଅଳ୍ପକେ ରକ୍ଷା ପାଇଯାଇଥିବା ଜଣାପଡିଛି । ସାପଟି ମୂଷା ଗାଡରେ ଅଧା ପଶି ରହିଯାଇଥିଲା । ପରିବାର ଲୋକେ ସ୍ନେକ୍ ହେଲ୍ଫ ଲାଇନ୍ ସଦସ୍ୟକୁ ଖବର ଦେଇଥିଲେ । ସ୍ନେକ୍ ହେଲ୍ଫ  ଲାଇନ୍ ସଦସ୍ୟ ସୁଭମ୍ କୁମାର ପରିଜା ପହଁଚି ସାପଟିକୁ ଉଦ୍ଧାର କରି ନିକଟସ୍ଥ ଜଙ୍ଗଲରେ ଛାଡି ଦେଇଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.