ଘାତକ ସାଜିପାରେ ନେଲପଲିସ୍‌, ଜାଣନ୍ତୁ ଲଗାଇବା ଦ୍ୱାରା ଦେଖାଦିଏ କି କି ସମସ୍ୟା

ନେଲପଲିସ୍‌ ଲଗାଇବାକୁ ସବୁ ଝିଅ ଭଲ ପାଆନ୍ତି। ଏହା ନଖକୁ ଏକ ନୂଆ ଲୁକ୍‌ ଦେଇଥାଏ। ମାର୍କେଟରେ ଆପଣଙ୍କୁ ବିଭିନ୍ନ ରଙ୍ଗର ନେଲପଲିସ୍‌ ଅତି ସହଜରେ ମିଳିଯିବ। କିନ୍ତୁ ଆପଣ ଜାଣନ୍ତି କି, ନେଲପଲିସ ଆପଣଙ୍କ ପାଇଁ କ୍ଷତିକାରକ ହୋଇପାରେ। ଅଧିକ ନେଲପଲିସ ବ୍ୟବହାର କଲେ ନଖ ଦୁର୍ବଳ ହୋଇଯାଏ। ଫଳରେ ମଝିରୁ ଭାଙ୍ଗିଯାଏ। ଏଥିସହ ନଖର ଚମକ ମଧ୍ୟ ଧୀରେ ଧୀରେ କମେ। ତେବେ ଆସନ୍ତୁ ଜାଣିବା ନେଲପଲିସ୍‌ ବା ନେଲପେଣ୍ଟ୍‌ ଲଗାଇବାର କ୍ଷତି ସମ୍ପର୍କରେ…

  • ନେଲପଲିସ୍‌ ବ୍ୟବହାର କରୁଥିବା ମହିଳାଙ୍କ ଠାରେ ଟ୍ରିଫେନ୍ୟଲ ଫସ୍‌ଫେଟ୍‌ ଭଳି ବିଷାକ୍ତ ପଦାର୍ଥ ମିଳିଥାଏ।
  • ନେଲପଲିସ୍‌ରେ Toluene ନାମକ କେମିକାଲ ବ୍ୟବହାର କରାଯାଏ। ଏହି କେମିକାଲ ଆମ ନଖ ସଂସ୍ପର୍ଶରେ ଆସିଲେ ନଖର ସେଲ୍ସ ନଷ୍ଟ ହୋଇଯାଏ। ଧୀରେ ଧୀରେ ଏହା ସେଣ୍ଟ୍ରାଲ ନର୍ଭସ ସିଷ୍ଟମ୍‌କୁ ମଧ୍ୟ ଖରାପ କରିଦିଏ।
  • ନେଲପଲିସ୍‌ ତିଆରି କରିବାରେ ସ୍ପିରିଟ୍‌ ମଧ୍ୟ ବ୍ୟବହୃତ ହୋଇଥାଏ। ଯାହା ଫୁସ୍‌ଫୁସ୍‌କୁ ଶୀଘ୍ର ଖରାପ କରେ।
  • ନେଲ୍‌ପେଣ୍ଟରେ Formaldehyde କେମିକାଲ ରହିଛି। ଏହାକୁ ପ୍ରିଜରଭେଟିଭ୍‌ ଭାବେ ବ୍ୟବହାର କରାଯାଏ। ତ୍ୱଚା ସଂସ୍ପର୍ଶରେ ଆସିଲେ ଏହି କେମିକାଲ ଯୋଗୁ କୁଣ୍ଡାଇ ହୋଇଥାଏ।
 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.