Below header

ଓଡ଼ିଶାରେ ଏକଲବ୍ୟ ମଡେଲ୍ ଆବାସିକ ବିଦ୍ୟାଳୟ ଟେଣ୍ଡର ପାଇବାକୁ ଲାଞ୍ଚ ମାମଲା: ୭ ଗିରଫ

କେନ୍ୟୁଜ୍(ବ୍ୟୁରୋ): ଓଡ଼ିଶାରେ ଏକଲବ୍ୟ ମଡେଲ୍ ଆବାସିକ ବିଦ୍ୟାଳୟ ଟେଣ୍ଡର ପାଇବାକୁ ଲାଞ୍ଚ ମାମଲାରେ ୭ ଗିରଫ। ସିବିଆଇ ଯେଉଁ ୭ ଜଣଙ୍କୁ ଗିରଫ କରିଛି ସେମାନଙ୍କ ମଧ୍ୟରେ ଅଛନ୍ତି ଏକ ଘରୋଇ କମ୍ପାନୀର ପ୍ରୋପାଇଟର ଏବଂ ଜଣେ ସରକାରୀ ଅଧିକାରୀ। ଅଭିଯୋଗ ମୁତାବକ, ଟେଣ୍ଡର ନେଇ ଘରୋଇ କମ୍ପାନୀର ପ୍ରୋପାଇଟରଙ୍କଠାରୁ କୋଲକାତାର ଜଣେ ବ୍ୟକ୍ତି ବ୍ରିଜ୍ ଆଣ୍ଡ ରୁପ୍ କମ୍ପାନୀ ଇଣ୍ଡିଆ ଲିମିଟେଡ୍ ର ଜଣେ ଅଧିକାରୀଙ୍କ ପାଇଁ ଲାଞ୍ଚ ମାଗୁଥିଲେ। ଘରୋଇ କମ୍ପାନୀର ପ୍ରୋପାଇଟର ଜଣଙ୍କ ୨୦ ଲକ୍ଷ ଟଙ୍କା ଲାଞ୍ଚ ଦେବାକୁ ରାଜି ହୋଇଥିଲେ। ଲାଞ୍ଚ କାରବାର ସୂଚନା ପରେ ସିବିଆଇ ଜାଲ ବିଛାଇଥିଲା।

ହାୱାଲା ଚ୍ୟାନେଲ ଜରିଆରେ କୋଲକାତାର ବ୍ୟକ୍ତିଙ୍କ ପାଖରେ ଲାଞ୍ଚ ଅର୍ଥ ପହଞ୍ଚିବା ପରେ ତାଙ୍କୁ ଧରିଥିଲା ସିବିଆଇ। ତାଙ୍କଠାରୁ ମିଳିଛି ନଗଦ ୨୬ ଲକ୍ଷ ୬୦ ହଜାର ଟଙ୍କା। ଗିରଫଙ୍କ ମଧ୍ୟରେ ଅଛନ୍ତି ଗୁଜରାଟର H P ରାଜ୍ୟଗୁରୁ କମ୍ପାନୀର ପ୍ରୋପାଇଟର ହେତଲ କୁମାର ପ୍ରବୀଣ ଚନ୍ଦ୍ର ରାଜ୍ୟଗୁରୁ, କୋଲକାତାର ଶଶାଙ୍କ କୁମାର ଜୈନ, ୟୁପିର ସୋମେଶ ଚନ୍ଦ୍ର, ମୁମ୍ବାଇର ବୀର ଥାକ୍କର, ଦିଲ୍ଲୀର ରାଜୀବ ରଞ୍ଜନ ଓ ତରଙ୍ଗ ଅଗ୍ରୱାଲ। ଏହାସହ ବ୍ରିଜ୍ ଆଣ୍ଡ ରୁଫ କମ୍ପାନୀ ଇଣ୍ଡିଆ ଲିମିଟେଡର ସିଏମଡିଙ୍କ କାର୍ଯ୍ୟକାରୀ ସଚିବ ଆଶିଷ ରାଜଦାନଙ୍କୁ ମଧ୍ୟ ଗିରଫ କରିଛି ସିବିଆଇ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.