ପୁଣି ଆଶ୍ବସ୍ତୀକର ଖବର ଦେଲା ସ୍ବାସ୍ଥ୍ୟ ବିଭାଗ,ରାଜ୍ୟରେ ଆଉ ୭୩ କରୋନା ଆକ୍ରାନ୍ତ ସୁସ୍ଥ

କେନ୍ୟୁଜ୍(ବ୍ୟୁରୋ): କରୋନା ଯୋଦ୍ଧାଙ୍କ ପାଇଁ ଖୁସି ଖବର । ରାଜ୍ୟରେ ଆଉ ୭୩ କରୋନା ଆକ୍ରାନ୍ତ ସୁସ୍ଥ । କନ୍ଧମାଳ ୧୪,କେନ୍ଦୁଝର ୧୧, ଖୋର୍ଦ୍ଧାରୁ ୧୦ ଜଣ ଆରୋଗ୍ୟ ଲାଭ କରିଛନ୍ତି । ସେହିପରି ଭଦ୍ରକ ୯, ଯାଜପୁର ୭, ମୟୂରଭଞ୍ଜରୁ ୬ ସୁସ୍ଥ ହୋଇଛନ୍ତି । ଗଞ୍ଜାମରୁ ୪, କଟକ ଜିଲ୍ଲାରୁ ୩ ଜଣ ଆକ୍ରାନ୍ତ ଭଲ ହେଲେଣୀ । ବର୍ତ୍ତମାନ ସୁଦ୍ଧା ୩ ହଜାର ୪୭ ଜଣ ସୁସ୍ଥ ହୋଇଛନ୍ତି ।

ସେପଟେ  ରାଜ୍ୟରେ ଆଜି ନୂଆ ୧୭୫ ପଜିଟିଭ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ୪୩୩୮ ଛୁଇଁଲା ମୋଟ ଆକ୍ରାନ୍ତଙ୍କ ସଂଖ୍ୟା । ଏନେଇ ସୂଚନା ଦେଇଛନ୍ତି ସୂଚନା ଓ ଲୋକ ସମ୍ପର୍କ ବିଭାଗ । ଏମାନଙ୍କ ମଧ୍ୟରୁ ୧୪୫ ଜଣ କ୍ଵାରେଣ୍ଟାଇନ ସେଣ୍ଟରରୁ ଚିହ୍ନଟ ହୋଇଥିବା ବେକେ ବାକି ୩୦ ଜଣ ସ୍ଥାନୀୟ ବାସିନ୍ଦା ଥିବା ଜଣାଯାଇଛି । ସୂଚନା ମୁତାବକ ୧୫ ଟି ରାଜ୍ୟରୁ ହିଁ ୧୭୫ ଜଣ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।

ମିଳିଥିବା ସୂଚନା ଅନୁଯାୟୀ, ଝାରସୁଗୁଡ଼ାରୁ ଜଣେ, ବାଲେଶ୍ୱରରୁ ୬ ଜଣ, କେନ୍ଦ୍ରାପଡା ଜିଲ୍ଲାରୁ ଜଣେ, ନୂଆପଡ଼ାରୁ ୪ ଜଣ, କନ୍ଧମାଳରୁ ୭
ଜଣ, ବରଗଡ଼ ଜିଲ୍ଲାରୁ ୧୧ ଜଣ ଥିବା ଜଣାଯାଇଛି । ଯେବେକି ପୁରୀ ରୁ ୧୮ ଜଣ, ଗଜପତି ଜିଲ୍ଲାରୁ ୫୭ ଜଣ (ସର୍ବାଧିକ), ବଲାଙ୍ଗୀର ରୁ ୩
ଜଣ, ଗଂଜାମରୁ ଜଣେ ଲେଖାଏଁ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଅନ୍ୟପକ୍ଷରେ “ଅମ୍ପନ” ବାତ୍ୟା ଦାୟିତ୍ୱରେ ଥିବା ଅଗ୍ନିଶମ ବିଭାଗ କର୍ମଚାରୀଙ୍କ ମଧ୍ୟରୁ ୨୧ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.