ରାଜ୍ୟରେ ଗତ ୨୪ ଘଣ୍ଟା ଭିତରେ ୭୫୩ ନୂଆ ଆକ୍ରାନ୍ତ ଚିହ୍ନଟ, ଗୋଟିଏ ଦିନରେ ଗଲା ୧୭ ଜୀବନ

ଭୁବନେଶ୍ୱର(କେ ନ୍ୟୁଜ): ରାଜ୍ୟରେ ଧୀରେ ଧୀରେ କମୁଛି କରୋନା ଆକ୍ରାନ୍ତ ସଂଖ୍ୟା । ଗତ ୨୪ ଘଣ୍ଟା ଭିତରେ ଷ୍ଟେଟ ପୁଲ ଓ ୩୦ ଜିଲ୍ଲାରୁ ୭୫୩ ଜଣ ନୂଆ ଆକ୍ରାନ୍ତ ହୋଇଥିବା ବେଳେ ମୋଟ ପଜିଟିଭ ସଂଖ୍ୟା ୩ ଲକ୍ଷ ୮ ହଜାର ୬୫୯କୁ ବୃଦ୍ଧି ପାଇଛି । ଏମଧ୍ୟରୁ ବର୍ତ୍ତମାନ ସମୟରେ ୧୦ ହଜାର ୫୬୩ ଟି ଆକ୍ଟିଭ କେଶ ରହିଛି । ଏଯାବତ ୫୨ ଲକ୍ଷ ୫୯ ହଜାର ୬୭୫ଟି ନମୁନା ପରୀକ୍ଷଣ ହୋଇଥିବା ବେଳେ ଏମଧ୍ୟରୁ ୨ ଲକ୍ଷ ୯୬ ହଜାର ୫୧୬ ଜଣ ସୁସ୍ଥ ହୋଇ ଫେରିଛନ୍ତି । ଗତ ୨୪ ଘଣ୍ଟା ଭିତରେ ୧୨୭୧ ଜଣ ସୁସ୍ଥତା ଲାଭ କରିଥିବା ଜଣାଯାଇଛି । ଆଜିର ଚିହ୍ନଟଙ୍କ ମଧ୍ୟରୁ ସୁନ୍ଦରଗଡ଼ ଜିଲ୍ଲାରୁ ସର୍ବାଧିକ ୭୫ଜଣ ଥିବା ବେଳେ ଖୋର୍ଦ୍ଧ ଜିଲ୍ଲାରୁ ୭୪ ଜଣ ଅଛନ୍ତି ।

ଗୋଟେ ପଟରେ କରୋନା ଆକ୍ରାନ୍ତ ସଂଖ୍ୟା କମି କମି ଚାଲିଥିବା ବେଳେ ମୃତ୍ୟୁ ସଂଖ୍ୟା କିନ୍ତୁ କିଂଚିତ ବଢିଥିବା ଲକ୍ଷ କରାଯାଇଛି ।ଅନ୍ୟପକ୍ଷରେ, ଗତ ୨୪ ଘଣ୍ଟାରେ ୧୭ ଜଣଙ୍କ ଜୀବନ ନେଇଛି କରୋନା । ଏହାକୁ ମିଶାଇ ମୋଟ ସଂଖ୍ୟା ୧୫୨୭ କୁ ବୃଦ୍ଧି ପାଇଛି ।

ମୃତକଙ୍କ ମଧ୍ୟରୁ ବରଗଡ଼ ଜିଲ୍ଲାରୁ ୩ ଜଣ, ବୌଦ୍ଧରୁ ଜଣେ, ଭୁବନେଶ୍ୱରରୁ ଚାରି ଜଣ, ଢେଙ୍କାନାଳରୁ ଜଣେ, କଳାହାଣ୍ଡିରୁ ଜଣେ, ସମ୍ବଲପୁର ଜିଲ୍ଲାରୁ ତିନି ଜଣ ଅଛନ୍ତି । ଯେବେକି ସୁନ୍ଦରଗଡ ଜିଲ୍ଲାରୁ ଗତ ୨୪ ଘଣ୍ଟା ଭିତରେ ତିନି ଜଣଙ୍କ ଜୀବନ ଯାଇଥିବା ନେଇ ରିପୋର୍ଟ ଆସିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.