ରାଜ୍ୟରେ ଆଉ ୭୬ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ, ମୋଟ ସଂକ୍ରମିତଙ୍କ ସଂଖ୍ୟା ୧୫୯୩କୁ ବୃଦ୍ଧି

ଭୁବନେଶ୍ବର: ପୁଣି ରାଜ୍ୟରେ ଆଉ ୭୬ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ। ଏହାକୁ ମିଶାଇ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୫୯୩ କୁ ବୃଦ୍ଧି ପାଇଛି । ତେବେ ୧୦ଜିଲ୍ଲାରୁ ଏହି ୭୬ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏମାନଙ୍କ ଭିତରୁ ୭୪ଜଣ କ୍ୱାରେଣ୍ଟାଇନ ସେଣ୍ଟରରେ ଥିବାବେଳେ ୨ଜଣ ସ୍ଥାନୀୟ ଅଞ୍ଚଳରୁ ଚିହ୍ନଟ ହୋଇଛନ୍ତି । ଏନେଇ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ମିଳିଛି ।

corona new

ଆଜିର ନୂଆ ପଜିଟିଭଙ୍କ ଭିତରୁ ବଲାଙ୍ଗିର୍ ଜିଲ୍ଲାରୁ ସର୍ବାଧିକ ୧୬ ଜଣ ଚିହ୍ନଟ ହୋଇଥିବାବେଳେ,ଖୋର୍ଦ୍ଧା ଜିଲ୍ଲାରୁ ୧୩,ନୂଆପଡାରୁ ୧୩,ଗଞ୍ଜାମରୁ ୧୦,କଟକରୁ ୧୧,ଜଗତସିଂପୁରରୁ ୬ଜଣ ଚିହ୍ନଟ ହୋଇଛନ୍ତି । ସେହିପରି ବାଲେଶ୍ବର-ନୟାଗଡ ଓ ସୁନ୍ଦରଗଡରୁ ୨ଜଣ ଲେଖାଏଁ ଚିହ୍ନଟ ହୋଇଥିବାବେଳେ,ମୟୁରଭଞ୍ଜରୁ ଜଣେ ପଜିଟିଭ ଚିହ୍ନଟ ହୋଇଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.